ଯାଜପୁର ଜିଲ୍ଲାପାଳ ଦୁଇ ପଂଚାୟତର ପିଓଙ୍କୁ ନିଲମ୍ବିତ କଲେ

Spread the love

ଯାଜପୁର ସଦର, ୨୪ା୦୩: ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ଦୁଇଟି ପଂଚାୟତର ପିଓଙ୍କୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତ ସିଂରାଠୋର ଅର୍ଥ ତୋଷଣରପାତ ଅଭିଯୋଗରେ ନିଲମ୍ବିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବଡ଼ଚଣା କୋଲଣଗିରୀ ପଂଚାୟତର ନିର୍ବାହି ଅଧିକାରୀ ସଂଜିତ କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଗତକାଲି ଶ୍ରୀ କରଙ୍କୁ ନିଲମ୍ବିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପଂଚାୟତର ଅର୍ଥକୁ ହେରଫେର କରିଥିବା ଅଭିଯୋଗ ହୋଇ ଆସୁଥିଲା । ଏନେଇ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଷରେ ତଦନ୍ତ କରିବା ପାଇଁ ଜିଲ୍ଲା ପଂଚାୟତ ଅଧିକାରୀ କୋଲଣଗିରି ପଂଚାୟତକୁ ଯାଇଥିବା ବେଳେ, କୌଣସି ସୁତ୍ରରୁ ଖବର ପାଇ ଶ୍ରୀ କର ଧରାଛୁଆଁ ଦେଇନଥିଲେ । ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଶ୍ରୀ କର ଫେରାର ହୋଇଯାଇଥିବା ବେଳେ, ତଦନ୍ତ କରିବାକୁ ଆସିଥିବା ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ôଚ ଦେଖିଲାବେଳକୁ ପଂଚାୟତରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ବଡ଼ଚଣା ବିଡ଼ିଓ କୋଲଣଗିରୀ ପଂଚାୟତକୁ ଯାଇ ତଦନ୍ତ କରିବା ସହିତ ଗୁରୁତ୍ୱପୁର୍ଣ୍ଣ ଫାଇଲ ବ୍ଲକ କାର୍ଯୟାଳୟକୁ ନେଇଥିବା ବେଲେ, ତଦନ୍ତ କରାଯିବା ସହିତ ପ୍ରକଳ୍ପ ନିର୍ଦ୍ଦଷକଙ୍କୁ ଏନେଇ ରିପୋର୍ଟ ଦିଆଯାଇଥିଲା । ଗତକାଳି ଯାଜପୁର ଜିଲ୍ଲାପାଳ ଅର୍ଥ ତୋଷରପାତ ଅଭିଯୋଗରେ ଚିଠି ନଂ- ୩୯୭ ପଂଚାୟତ ନିର୍ବାହୀ ଅଧିକାରୀ ସଂଜିତ କୁମାର କରଙ୍କୁ ନିଲମ୍ବିତ କରିଥିଲେ । ଏନେଇ ଯାଜପୁର ଜିଲ୍ଲା ପଂଚାତୟ ଅଧିକାରୀ ଅଶୋକ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପିର ମଝିପଡ଼ା ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରଶାନ୍ତ ଜେନାଙ୍କୁ ଅର୍ଥ ତୋଷର ପାତ କରିଥିବାରୁ ଯାଜପୁର ଜିଲ୍ଲାପାଳ ସୋମବାର ଶ୍ରୀ ଜେନାଙ୍କୁ ନିଲମ୍ବିତ କରାଯାଇଥିଲା । ବୁଧବାର ଜିଲ୍ଲାପାଳ ଚିଠି ନଂ ୩୭୫ ସ୍ଥାନୀୟ ଥାନାରେ ପ୍ରଶାନ୍ତଙ୍କ ବିରୋଧରେ ଏତଲା କରିବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଷ ଦେଇଥିବା ଜଣାଯାଇଚି । ଦାୟିତ୍ୱରେ ଅବହେଳା କରିଥିବା ସରକାରୀ ଟଙ୍କାକୁ ହେରଫେର କରିଥିବାକୁ ନେଇ ଏତଲା ଦିଆଯିବା ପାଇଁ ସୂଚନା ଦିଆଯାଇଚି । ପ୍ରଶାନ୍ତ ଜେନା ମଝୀପଡ଼ା ପଂଚାୟତରେ ପାନୀୟ ଜଳ ଯୋଗାଣ ନାମରେ ଗତ ସେପ୍ଟେମ୍ବରରେ ପଂଚାୟତ ଏକାଉଣ୍ଟରୁ ୨ଲକ୍ଷ ୪୨ହଜାର ୧ଶହ ୧୭ ଟଙ୍କା ଉଠାଇଥିଲେ । ସରପଂଚ ଶୋଭା ବ୍ରଜକବାଟଙ୍କ ଦସ୍ତଖତକୁ ଜାଲିଆତି କରି ଟଙ୍କା ଉଠାଇ ନେଇଥିଲେ । ଏକଥା ଜଣାପଡ଼ିବା ପରେ ମାର୍ଚ ୬ ତାରିଖରେ ବଡ଼ଚଣା ବିଡିଓଙ୍କ ନିକଟରେ ଅଭିଯୋଗ କରିବା ସହିତ ସରପଂଚ ବାଲିଚନ୍ଦ୍ରପୁର ଥାନାରେ ଏତାଲା କରାଯାଇଥିବା ଜଣାଯାଇଚି ।

Related Posts

About The Author

Add Comment