ଯାଜପୁର ଜିଲ୍ଲାପାଳଙ୍କ ବଡ଼ଚଣା ବ୍ଲକର ବିଭିନ୍ନ ପଂଚାୟତ ଗସ୍ତ

Spread the love

ବଡ଼ଚଣା,୨୪ /୧/୨୦୨୧(ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ପାଳ ଚକଵତୀ ସିଂ ରାଠୋର ବଡ଼ଚଣା ବ୍ଲକ ର ବିଭିନ୍ନ ପଂଚାୟତ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ! ତାଙ୍କ ସହିତ ବଡ଼ଚଣା ବିଧାୟକ ଆମର ପ୍ରସାଦ ଶତପଥି ମଧ୍ୟ ପଂଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହିତ ଏହାର ଅଧିକ କାର୍ଯ୍ୟକ୍ଷମ କରିବା ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ! ଖଇରା ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କ୍ରମର ସମୀକ୍ଷା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅଜିତ୍ ନାରାୟଣ
ପ୍ରସାଦ ଗିରୀ, କନିଷ୍ଟ ଯନ୍ତ୍ରୀ ବିପିନୀ ବିହାରୀ ସେ ଠୀ,ଜେଇ କମଲ ଲୋଚନ ରାଜ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ବଡ଼ଚଣା ଖଇରା ପଞ୍ଚାୟତ ର ସରପଞ୍ଚ ହରପ୍ରିୟା ବରାଳ , ,  ଆଦି ଅଂଶ ଗ୍ରହଣ କରିଥିଲେ। ଖଇରା ପଞ୍ଚାୟତ ରେ ଥିବା ଖେଳ ପଡିଆ,କୁସୁମ ପେଖରୀ,ହାଇଲେବୁଲ କେନାଲ ଦ୍ଵାରା। କିିପରି ଜଳସେଚନ ର ବ୍ୟବସ୍ଥା ହେଇପାରିବ ସେଵିଷୟରେ ସରପଂଚ ଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ। ବଡ଼ଚଣା ବାଳିକା ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ସେମାନଙ୍କ ର ବିଦ୍ୟାଳୟରେ ଥିବା ଅସୁବିଧା ମାନ ଜିଲ୍ଲାପାଳଙ୍କ ଆଗରେ କହିଥିଲେ।
ବଡ଼ଚଣା ରୁ ନରହରି ବିହାରି

Related Posts

About The Author

Add Comment