ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର, ୩୧ା୦୧: ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ରାଜ୍ୟ ସରକାଙ୍କ ପକ୍ଷରୁ ୧୭ ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କୁ ପଞ୍ଚାୟତରାଜ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଚି । ଶ୍ରୀ ରାଠୋର ଯାଜପୁର ଜିଲ୍ଲାରେ ଦକ୍ଷତାର ସହିତ କାର୍ଯ୍ୟକରି ଲୋକ ମାନଙ୍କର ପ୍ରିୟ ଭାଜନ ହୋପାରିଥିଲେ । ଶ୍ରୀ ରାଠୋରଙ୍କୁ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ କମିଟି ପକ୍ଷରୁ ବିଦାୟ କାଳିନ ସମ୍ବର୍ଦ୍ଧିନା ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ବେଉରୀଆ ଯୋଗଦେଇଥିବା ବେଳେ, ଉପ ଜିଲ୍ଲାପାଳ ଗୋପିନାଥ କୁଅଁର, ଡେପୁଟି କଲ୍ଲେକଟର ସୋନମ ଦାସ, ସାସ୍ୱତୀ ଗୁଡୁଆଲ, କ୍ଷୀରୋଦ ଦାସ, ଜିଲ୍ଲା ସମାସ ମଙ୍ଗଳ ଅଧିକାରୀ ମଞ୍ଜୁଲତା ନାୟକ, ଜାତୀୟ ସୂଚନା ଅଧିକାରି ସୁଧାଶୁଂ ଶେଖର ଶତପଥି, ଭୂଅର୍ଜନ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସହିତ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗଦେଇ ବିଦାୟୀ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଙ୍କ କର୍ମମୟ ଜୀବନ ବିଦାୟ ଜିଲ୍ଲାପାଳ ଶ୍ରୀ ରାଠୋରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଦାୟ ଦେଇଥିଲେ ।

Related Posts

About The Author

Add Comment