ଯାଜପୁର ଜିଲ୍ଲାପାଳଙ୍କୁ ଗାଁ ସାଥି ସଂଘ ତରଫରୁ ଦାବିପତ୍ର ପ୍ରଦାନ

Spread the love

ଯାଜପୁର/୦୩/୦୯/ସନ୍ଧାନ ନିୟୁଜ୍/ରାଜ୍ୟରେ ତୀବ୍ର ହେବାରେ ଲାଗିଛି ଗାଁ ସାଥି ସଂଘର ସମସ୍ୟା l ପ୍ରାୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଗାଁ ସାଥି ସଙ୍ଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଉଛି l ସେହିଭଳି ଆଜି ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ୍ ର ଗାଁ ସାଥି ସଂଘ ତରଫରୁ ଦିନ 11 ସମୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କ କାର୍ଯ୍ୟଳୟରେ ଦାବିପତ୍ର ପ୍ରଦାନ କରାଯାଇଛି l ବିଗତ ତେରବର୍ଷ ଧରି ଗାଁ ସାଥିମାନେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମକରି ଆସୁଛନ୍ତି l ସରକାର ଙ୍କ ତରଫରୁ ମାସକୁ ଦଶଦିନ ବର୍ଷ କୁ ଶହେ କାମ ଯୋଗାଇବା ପାଇଁ ସରକାର ଚିଠି ପ୍ରଦାନ କରିଥିଲେ l କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାମମିଳୁ ନାହିଁ ବା ସେମାନଙ୍କୁ ଅଣଦେଖା କରାଯାଉଛି l ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଗାଁ ସାଥି ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି l କେବଳ ସେତିକି ନୁହେଁ ଯଦି ଏହାକୁ ସରକାର ମନ୍ଥର ଗତିରେ ପରିଚାଳିତ କରନ୍ତି ତେବେ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସରକାର ଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରାଯିବ ବୋଲି ସଙ୍ଘ ସୁଶାନ୍ତ କୁମାର ଜେନା, ପୁଣ୍ଣଚନ୍ଦ୍ର ସାହୁ,ଶାନ୍ତନୁ କୁମାର ସେନାପତି,ଉମାକାନ୍ତ ବେହେରା,ଅଶୋକ ବେହେରା, ସ୍ୱନଲତା ଦାସ,ଶିବ ଚରଣ ଜେନା,ଲତା ମଲିକି ,ପକ୍ଷରୁ କୁହାଯାଇଛି l ତେବେ ଏହି ଦାବିପତ୍ର ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି l

Related Posts

About The Author

Add Comment