ଯାଜପୁର ସଦର, ୦୬ା୦୩: ମହା ମହିମ ଯଶୋଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆ ଠାରେ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦିନ ୩ଟା ୨୦ମିନିଟ ବିମାନ ଯୋଗେ ବେଣାପୁର ପଡ଼ିଆ ନିକଟରେ ବିମାନରୁ ଅବତରଣ କରି ଭାରତୀୟ ଜନତା ପାର୍ଟୀ କର୍ମି ଏବଂ ନେତା ମାନଙ୍କ ଉପସ୍ଥିତିରେ ୨୦ ହଜାର କୋଟି ଟଙ୍କାର ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ଏହି ଅବସରରେ ୪ଟା ସମୟରେ ସାଧାରଣ ସଭାରେ ଯୋଗଦେଇ ୟଶୋଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୟଜଗନ୍ନାଥ ଜୟ ମା ବିରଜା ଜୟ ଭାରତ ମାତାକି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ । ଯାହାକର କେହି ନାହିଁ ତାହାର ମୋଦି ଅଛି ବୋଲି ବକ୍ତବ୍ୟର କହିଥିଲେ । ବିରାଟ ସଭାସ୍ଥଳକୁ ଦେଖି ମୁ୍ଗ୍ଧ ହେବା ସହିତ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପାନ କରିବା ସହିତ ବିରୋଧି ଦଳ କଂଗ୍ରେସକୁ ଶ୍ରୀ ମୋଦି ସିଧା ଟାର୍ଗେଟ କରିଥିଲେ । ବିଜୁ ଜନତା ଦଳ ବିଜେଡ଼ିକୁ ଶ୍ରୀଯୁକ୍ତ ମୋଦି ପଦଟି କହିନଥିବା ବେଳେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମଧରି ତାଙ୍କ ବକ୍ତବ୍ୟ ଆରମ୍ଭ କରିବା ସହିତ ଖାଦ୍ୟ ହିତାଧିକାରୀ ଠିକ ଭାବରେ ରେସନ ପାଉଛନ୍ତି କି ନାହିଁ ଜନତାକୁ ପ୍ରଶ୍ନ କରିଥିଲେ । ଆସନ୍ତ ୫ବର୍ଷ ପାଇଁ ରାସନ ଯୋଗାଣ ବଡ଼ାଇ ଦିଆଯାଇଥିବା ମହିଳା ସ୍ୱୟଂ ଗୋଷ୍ଠୀ ମାନଙ୍କୁ ଯୋନଜା କରାଯାଉଚି ବୋଲି ବିରୋଧି ମାନେ ଚକିତ ହେଉଥିବା ଜଣାଯଅଇଚି । ୧୪୦ କୋଟି ପରିବାର ମୋ ପରିବାର ବୋଲି ନରେନ୍ଦ୍ର ମୋଦି କହିଥିଲେ । ପ୍ରତ୍ୟେକ ପ୍ରତ୍ୟେକ ପିରବାକୁ ପକ୍କାଘର ମାଗାଣାରେ ବିଜୁଳି ସୋଲାର ଲାଇଟ ଯୋଗାଇ ଦିଆଯିବ ବୋଲି କହିଥିଲେ । ଭାରତ ହେଉଚି ମୋ ପରିବାର କହିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତ୍ତମ ରାୟ, ଭାଜପା ସଭାପତି ମନମୋହନ ସାମଲ, ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତି ପଣ୍ଡା, ଭୂବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୁଜାରୀ, ଜୁଲେ ଓରାମ, ଭାଜପାର ବରିଷ୍ଠ ନେତା ସମ୍ବିତ ପାତ୍ର, ଡ. ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୁରୋଜ, ପୂର୍ବତନ ଏମପି ବିଭୁ ପ୍ରଶାଦ ତରାଇ ଅନନ୍ତ ନାୟକ, ବଡ଼ଚଣାର ନେତା ଅମର ନାୟକ ବିରଞ୍ôଚ ତ୍ରୀପାଠୀ, ପୂର୍ବତନ ଏମପି ରୁଦ୍ର ନାରାୟଣ ପାଣି, ବିଜୟ ସିଂ ତୋସାଲ ଏବଂ ବହୁ ବରିଷ୍ଠ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ, ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଫଟୋ ଚିତ୍ର ୟଶୋସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ନୋଦିଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ମନ୍ତ୍ରୀଙ୍କୁ ଜଣେ ମହିଳା ପ୍ରଧାନ ମନ୍ତ୍ରୀଙ୍କ ଫଟୋଚିତ୍ର ପ୍ରସ୍ଥୁତି କରି ଆଣିଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚକରା ପାଦି ଗ୍ରାମର ନମିତା ବେହେରା ପ୍ରଧାନ ମନ୍ତ୍ରୀଙ୍କ ଫଟୋ ଚିତ୍ର ତିଆରି କରି ପ୍ରଧାନ ମନ୍ତ୍ରୀଙ୍କୁ ଉପହାର ଦେବାକୁ ଆସିଥିବା ବେଳେ, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ଅଙ୍କନ କରି ପ୍ରଦାନ କରିôତଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନମିତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଆଡ୍ରେସ ଦେବାଲାଗି ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ । ଠିକଣା ପଠାଇଲେ ତୁମ ପାଖକୁ ପତ୍ର ପଠାଇବି ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର କର୍ମକର୍ତ୍ତା ମାନଙ୍କୁ ଦେବାଲାଗି ନିର୍ଦ୍ଦେଷ ଦେଇଥିଲେ । ଏହି ସରକାର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାଲରୁ ଭରାତୀୟ ଜନତା ପାର୍ଟିର କର୍ମକର୍ତ୍ତା ଯୋଗଦେଇଥିବା ବେଳେ, ପ୍ରଶାସନ ପକ୍ଷରୁ ସମସ୍ଥ ବ୍ୟବସ୍ତା କରାଯାଇଥିଲା । ବିରାଟ ପଟୁଆରରେ ଭାରତୀୟ ଜନତା ପାର୍ଟିର ଆଶାୟୀ ପ୍ରାର୍ଥି ମାନେ ଯୋଗଦାନ କରିଥିଲେ । ବେଣାପୁର ପଡ଼ିଆ ପରିଶରରେ ଲକ୍ଷ୍ୟାଧିକ ସମାଗମ ଦେଖିବାକୁ ମିଳିଥିଲା ।
ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଲେ ମୋଦି
|
March 7, 2024 |
