ଚଣ୍ଡିଖୋଲ,୧୨ ।୧୦(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲା ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ଜିଲା ହାଣ୍ଡବଲ ଆସୋସିଏସନର ପକ୍ଷରୁ ଚାଲିଥିବା ତିନି ଦିନିଆ ରୈପ୍ୟ ଜୟନ୍ତୀ ଉସôବରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉଦଯାପିତ କରିଛନ୍ତି । ରାଜ୍ୟ ବିଜେପି ପ୍ରବକ୍ତା ତଥା ହ୍ୟାଣ୍ଡବଲ ଆସୋସିଏସନର କାର୍ଯ୍ୟକାରୀ କମିଟିର ବରିଷ୍ଠ ସଭ୍ୟ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରୈପ୍ୟ ଜୟନ୍ତୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ କ୍ରୀଡାକୁ ଅଧିକ ଗୁରୁତ୍ୱ ଦେବାକୁ ସରକାର ଉଦ୍ୟମ ନକରି କେବଳ ରାଜନିତୀରେ ବ୍ୟସ୍ତ ରହୁଛନ୍ତି ବୋଲି କହିବା ସହିତ ମୋ ବିଭାଗର ଇସ୍ପାତ ପଦାର୍ଥର ପେଣ୍ଡସ୍ଥଳ ବୋଲି ନିଜ ବକ୍ତବ୍ୟରେ ଦୃଢ଼କ୍ତି ପ୍ରକାଶ କରିଥତôଲେ । ଏହାକୁ ନେଇ ଆଗାମୀ ଦିନରେ ଭାରତ ସରକାର ଅନେକ ଯୋଜନା ହାତକୁ ନେବାକୁ ଯାଉଛନ୍ତି ବୋଲି ସେ କହିବା ପରେ ହ୍ୟାଣ୍ଡବଲ ପରି ଏକ ଖେଳ ଛତିଆ ଅଞ୍ଚଳରେ ଦିର୍ଘ ୨୫ ବର୍ଷ ଧରିଚାଲୁଥିବାରୁ ଏହାର କର୍ମକତ୍ତାଙ୍କୁ ବେଶ ପ୍ରସଂଶା କରିଥିଲେ । ଯାଜପୁରକୁ ମୁଁ ଅଧିକ ଭଲପାଏ ଏହାର କାରଣ ହେଲା ଯାଜପୁରରେ ଯାହା ସୃଷ୍ଟିହୁଏ ତାହା ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ ଏବଂ ଦୂତି ଚାନ୍ଦଙ୍କ ପରି ଅର୍ନ୍ତଜାତୀୟ ଖେଳାଳି ଯାଜପୁର ମାଟିର । ହ୍ୟାଣ୍ଡବଲ ପରି ଏକ ଖେଳରେ ଯାଜପୁର ଅଞ୍ଚଳର ପିଲା ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରି ବିପ୍ଳବ ବିଶ୍ୱାଳଙ୍କ ପରି ପିଲା ଅର୍ନ୍ତଜାତୀୟସ୍ତରରେ ଖେଳି ଯାଜପୁର ପାଇଁ ସୁନାମ ଅର୍ଜ୍ଜନ କରିଥିବା ବେଳେ ଏହି ଖେଳ ଖେଳି ଅନେକ ପିଲା ସରକାରୀ ଚାକିରି କରିପାରିଛନ୍ତି । ଶେଷରେ ଆଜିକା ଦିନରେ ଭାରତରେ ବହୁ ଭଲଭଲ ପ୍ରଧାନମନ୍ତ୍ରୀ ଦେଶକୁ ସାଶନ ଦେଇପାରିଛନ୍ତି କିନ୍ତୁ ମୋଦି ସରକାର କାଶ୍ମିରିରୁ ୩୭୦ ଧାରା ଉଠାଇ ଦେଶର ସବୁଠାରୁ ଆଗରେ ରହିପାରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥିଭାବେ ଟାଙ୍ଗୀ-ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ କୁମାର ବେହେରା ଏବଂ ମାହାଙ୍ଗା ବିକାଶ ପରିସଦର ସଭାପତି ସାରଦା ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଭାରତରେ ବିଶିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୪ତମ ସ୍ଥାନରେ ରହି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିପାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ହ୍ୟାଣ୍ଡବଲ ଆସୋସିଏସନର ସଭାପତି କେଶବ କୁମାର ଦାସ, ସଂପାଦକ ରମେଶ ଚନ୍ଦ୍ର ପୃଷ୍ଠି, କଲେଜ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ନନ୍ଦ ପ୍ରମୁଖ ଅତିଥିଭାବେ ଯୋଗଦେଇ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ମହିଳା ବିଜେପି ସଭାନେତ୍ରୀ ବବିତା ମଲିକ, ବିଶ୍ୱ ରଞ୍ଜନ ନାୟକ, ବିଶ୍ୱ ରଞ୍ଜନ ମଲିକ ସହିତ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗୀତାର ମହିଳା ବିଭାଗରେ ବ୍ରହ୍ମପୁରକୁ ହରାଇ ଆନ୍ଧ୍ର ଚମ୍ପିଆନ ହୋଇ ଚମ୍ପିଆନ ଟ୍ରଫି ଗ୍ରହଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ପଣ୍ଡିଚେରୀର ଏସ କୁମାର, ହିମାଚଳପଅଦେଶର କ୍ରାନ୍ତା ପରାସର, ରାଜ୍ୟ ସଭାପତି ଏବଂ ଅର୍ନ୍ତଜାତୀୟ ଖେଳାଳି ବିପ୍ଳବ ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମାନପତ୍ର, ଉତ୍ତରୀୟ ଏବଂ ପୁସ୍ପଗୁଚ୍ଛଦେଇ ସମ୍ମାନୀତ କରିଥିଲେ । ଛତିଆ ମନ୍ଦିର ନିକଟରୁ ଶହଶହ ବିଜେପି କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ ।
ଯାଜପୁର ଜିଲା ହ୍ୟାଣ୍ଡବଲ ଆସୋସିଏସନ ରୈପ୍ୟ ଜୟନ୍ତୀ ଉଦ୍ୟାପିତ:- ଯାଜପୁରକୁ ମୁଁ ଅଧିକ ଭଲପାଏ ଧର୍ମେନ୍ଦ୍ର ପ୍ରଧାନ
|
October 13, 2019 |
![](https://sandhannews.com/wp-content/uploads/2019/10/handballpratijogita.jpg)