ଯାଜପୁର, ୨୮/୯(ସନ୍ଧାନ ନିୟୁଜ): ଯାଜପୁର ଟାଉନ କଲେଜ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଏଭଳି ଅଘଟଣ ଯାଜପୁର ଟାଉନ ଦେବିଦ୍ୱାର ନିକଟରେ ଘଟିଛି । ମୃତ ଛାତ୍ରୀ ଦିପିକା ଜେନା ଏକ ଘରୋଇ କଲେଜରେ ଯୁକ୍ତ୩ ରେ ଅଧ୍ୟୟନ କରୁଥିଲେ। ସେ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ନେରଡା ଅଂଚଳର ନିବାସୀ । ଦୀପିକା ଅଧ୍ୟୟନ ପାଇଁ ଯାଜପୁରରେ ଏକ ଭଡାଘରେ ରହୁଥିଲେ । ଛାତ୍ରୀ ଜଣଙ୍କ ଫ୍ୟାନ ରେ ନିଜ ଓଢଣି ସାହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ। ବର୍ତ୍ତାମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡି ନାହିଁ।
ଯାଜପୁର: କଲେଜ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର
|
September 28, 2018 |


