ଯାଜପୁର ସଦର, ୨୭/୦୭ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ନିଶା ବେପାରିଙ୍କ ଚରାଭୂଇଁ ପାଲଟିଥିବା ବେଳେ, ଜିଲ୍ଲା ପ୍ରାଶାସନର ଆଢ଼ୁଆଳରେ ନିଶା ବେପାରି ଚାଲିଥିବା ଦେଖିବାକୁ ମିଳିଚି । ଯାହାକି ୬ ଲକ୍ଷ ଟଙାକର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ନିର୍ଦ୍ଦେଷରେ ଅବକାରୀ ବିଭାଗର ଅଧ୍ୟକ୍ଷକ ଅମରେନନ୍ଦ୍ର ଜେନା, ବ୍ରାଉନ ସୁଗାର କାରବାରକୁ ରୋକିବା ପାଇଁ ଏକ ସ୍କୋର୍ଡ଼ ଗଠନ କରି ଜାଲ ବିଛାଇଥିଲେ । ଭାଇ ଭଉଣୀ ଦୁଇ ଜଣ ବ୍ରାଉନ ସୁଗାର ଆଣି ବେପାର କରୁଥିବା ବେଳେ, ୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଶ୍ରୀ ଜେନା ଜବତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଭାଇ ଭଉଣୀ ଦୁଇ ଜଣ ବାହାର ଦେଶରୁ ବ୍ରାଉନ ସୁଗାର ଆଣି ବେପାର ଚଳାଇଥିଲେ । ଯାହାକି ଯାଜପୁର ଜିଲ୍ଲାରେ ନିଶା ବେପାରୀଙ୍କ ସଂଖ୍ୟା ବଢ଼ିିବାରେ ଲାଗିଥିବା ବେଳେ, ଦିର୍ଘ କିଛି ମାସ ହେଲା ଯାଜପୁରରୋଡ଼, ପାଣିକୋଇଲି, ଯାଜପୁର ଟାଉନ, ଛତିଆ, ଚଣ୍ଡିଖୋଲ କୁ ନିଶା ବେପାରୀ ମାନେ ମୌକା ଦେଖି ବେପାର କରନ୍ତି । ଏହି ଭାଇ ଭଉନୀ ଦୁଇ ଜଣ ହେଲେ ଭଦ୍ରକ ଜିଲ୍ଲାର ରାହାଳ ଗ୍ରାମର ସୁବର୍ଣ୍ଣ ଖଟୁଆଙ୍କ ପୁଅ ଅନନ୍ତ ଖଟୁଆ(୨୫) ବ୍ରାଉନ ସୁଗାର ବାହାରୁ ଆଣି ବେପାରି ମାନଙ୍କୁ ଯୋଗାଇଥାନ୍ତି । ଅନନ୍ତର ଭଉନୀ ଯାଜପୁରରୋଡ଼ ଥାନା ନିକଟସ୍ଥ କହ୍ନେଇପୁର ଗ୍ରାମର ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ମହାନ୍ତୀ ଏହି ବେପାରରେ ଭାଇକୁ ସହଯୋଗ କରିଥାନ୍ତି । ଭାଇ ଅନନ୍ତ ଭଦ୍ରକରୁ ବ୍ରାଉନସୁଗାର ଆଣି ଭଉଣୀ ସବିତାକୁ ବେପାର କରିବାକୁ ଦେଇଥିବା ବେଳେ, ସବିତା ଏହି ଜିଲ୍ଲାରେ ବିଭିନ୍ନ ଜାଗାକୁ ବେପାର କରିବା ପାଇଁ ବେପାରୀଙ୍କୁ ଦିଅନ୍ତି । ଯାଜପୁର ଜିଲ୍ଲାର ଅବକାରୀ ଇନ୍ସିପେକ୍ଟର ସୋପ୍ନାରାଣୀ ସାହୁ କୌଣସି ସୁତ୍ରରୁ ଖବର ପାଇ ଏହି ଭାଇ ଭଉଣୀକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଆଜି ଅନନ୍ତ ଖଟୁଆ ଭଉଣୀ ସବିତାକୁ ମାଳହାଟ ଛକ ନିକଟରେ ଦେବାକୁ ଥିଲା । କୌଣସି ସୁତ୍ରରୁ ଖବର ପାଇ ମାଳହାଟ ଠାରୁ ଶ୍ରୀମତୀ ସାହୁ ଚଢ଼ାଉ କରି ଅନନ୍ତ ଏବଂ ଭଉଣୀ ସବିତାକୁ ବ୍ରାଉନସୁଗାର ଦେଉଥିବା ବେଳେ, ହାତେ ହେତେ ଧରିଥିଲେ । ଭାଇ ଭଉଣୀଙ୍କ ଠାରୁ ୬୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଚି । ଭାଇ ଭଉଣୀଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଜବତ ହୋଇଥିବା ବେଳେ, ଉଭୟଙ୍କ ନାମରେ ଏକ ମାମଲା ୨୫/୨୦୨୨ ରେ ଭାଇ ଭଉଣୀକୁ ଅବକାରୀ ବିଭାଗ ଆଇନି ଅନୁୟାୟୀ କୋର୍ଟ ଚାଲାଣ କରାଯାଇଚି । ଏହି ଚଢ଼ାଉରେ ଅବକାରୀ ବିଭାଗର ଦିଲିପ ନାୟକ, ଏସଆଇ ସତ୍ର ପ୍ରଧାନ, ଯଯାତୀ ପଣ୍ଡା , କ୍ଷୀରୋଦ ସାହୁ, ବିଶ୍ୱନାଥ ଜେନା, ଜୟପ୍ରକାସ ବେଉରିଆ, ସ୍ୱର୍ଣ୍ଣଲତା ଦାଶ, ଲିପ୍ସା ସାହୁ ପ୍ରମୁଖ ଯୋଗଦେଇଥିଲେ ।