ଯାଜପୁରରେ ସିବିଆଇ ପକ୍ଷରୁ ଚଢ଼ାଉ

Spread the love

ଯାଜପୁର, ୧୮/୧୧/୨୦୨୧ (ସନ୍ଧାନ ନିଉଜ)  : ଏଠାରେ ସୂଚନା ଯୋଗ୍ୟ ଯେ, ଅନ୍ଲାଇନରେ ଶୁଶୁ ମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଘଟଣାକୁ ନେଇ ଯାଜପୁର, ଭଦ୍ରକ, ଢ଼େଙ୍କାନାଳରେ ଜିଲ୍ଲା ମାନଙ୍କରେ ସିବିଆଇ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଘଟଣାରୁ ପ୍ରକାଶ ଯେ, ଯୌନପିପାଶୁ ରହିଥିବା ଟାରଗେଟରେ ଥିବା କୋମଳମତି ଶିଶୁ ମାନଙ୍କୁ ଅନଲାଇନରେ ଯୌନ ଶୋଷଣ କରୁଥିବା ପିପାଶୁ ମାନଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ୩ଟି ଜାଗାରେ ଚଢ଼ାଉ ହୋଇଥିବା ବେଳେ, ଯାଜପୁର ଜିଲ୍ଲାରେ ମାସୁଦପୁର କେଉଟ ନଗୁଅାଁ ଗ୍ରାମରେ ସିବିଆଇ ପକ୍ଷରୁ ଅନିଲ ମାଝୀଙ୍କ ଘରେ ଚଢ଼ାଉ ହୋଇଥିଲା । ସେହିପରି ଭଦ୍ରକ ଜିଲ୍ଲାର ଆଗରପଡ଼ା ଠାରେ ଦଲାଲ ମାନେ ଅଶ୍ଳିଳ ଭିଡ଼ିଓକୁ ଅନଲାଇନରେ ଛଡ଼ା ଯାଇଥିଲା । ଏହି ଯୌନ ପିପାଶୁ ଜଣେ ଯୁବକ ଏହି ଅଶ୍ଳିଳ ଭିଡ଼ିଓ ଗୁଡ଼ିକୁ ଡାଉନଲୋଡ଼ କରି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଗ୍ରୁପରେ ଛାଡ଼ୁଥିବା ବେଳେ, ଏବାବଦରେ ବିପୁଳ ପରିମାଣର ଅର୍ଥ ଆଦାୟ କରୁଥିଲା । ସିବିଆଇ ଚଢ଼ାଉ ସମୟରେ ଢ଼େଙ୍କାନାଳରେ ସିବିଆଇଙ୍କ ଉପରେ ଆକ୍ରମଣ ହୋଇଥିଲା । ସିବିଆଇ ପକ୍ଷରୁ ଚଢ଼ାଉ ସମୟରେ ଲାପଟପ, ପେନଡ୍ରାଇଭ, ମୋବାଇଲ ଜବତ କରିବା ସହିତ ଅନିଲକୁ ୧୨ଘଣ୍ଟା ସିବିଆଇ ପକ୍ଷରୁ ଜେରା କରିବା ସହିତ ଅନିଲଙ୍କ ପାଖରୁ କିଛି ଆପତି ଜନକ ଜିନିଷ ସିବିଆଇ ହାତରେ ଲାଗିଥିବା ଜଣାଯାଇଛି ।

Related Posts

About The Author

Add Comment