ଯାଜପୁରରେ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା ୦୬ା୦୧ : ଯାଜପୁର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ
ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ
ହୋଇଯାଇଚ୍ଥି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର
ଜାତୀୟ ଦିବସଜିଲ୍ଲାରେ ଅତ୍ୟନ୍ତ ଶୃଙ୍ଖଳା ଓ ସଦଭାବନାର ସହ ବର୍ଷ ପରେ ବର୍ଷ ପାଳିତ
ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପବିତ୍ର ଗଣତନ୍ତ୍ର ଦିବସକୁ ଶୃଂଖଳାର ସହ
ପାଳନ ନିମିତ୍ତ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି ତାହାକୁ ପ୍ରତ୍ୟେକ ନିଷ୍ଠାର ସହ
ପାଳନ ପାଇଁ ଜିଲ୍ଲାପାଳ ଶ୍ରୀ ରାଠୋର ଅନୁରୋଧ କରିଥିଲେ । ପ୍ରାରମ୍ଭରେ
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ସମସ୍ତଙ୍କୁ ସ୍ୱାଗତ
କରିବା ସହ ବିବରଣୀ ପାଠ କରିଥିଲେ । ପରେ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ମାନ
ଗୃହୀତ ହେଲା । ବାଳାଶ୍ରମ ପଡିଆରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ ।
ଜାନୁୟାରୀ ୨୬ ତାରିଖ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରୁ ଲୋକ ସଂପର୍କ ବିଭାଗ ପକ୍ଷରୁ
ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ପରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା
ପୂର୍ବାହ୍ନ ଘ. ୬.୩୦ ମିନିଟ୍ ରେ ପ୍ରଭାତପେଂରୀ, ୭ ଘ. ୩୦ ମିନିଟ୍ ମଧ୍ୟରେ ସମସ୍ତ
ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ
ଘ. ୮.୩୦ ମିନିଟ୍ ସମୟରେ ବାଳାଶ୍ରମ ପଡିଆ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା
ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ପରରିଦର୍ଶନ, ପ୍ୟାରେଡ ପ୍ରଦର୍ଶନ ଓ ସାଂସ୍କୃତିକ
କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି
ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ
ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ । ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନ
ପକ୍ଷରୁ ସେମାନଙ୍କର ସଫଳତା ସମ୍ପର୍କରେ ପ୍ରଦର୍ଶନ ମଣ୍ଡପର ମଧ୍ୟ ବ୍ୟବସ୍ଥା କରାଯିବ, ଯାହା ପ୍ୟାରେଡ
ସ୍ଥଳ ଓ ସହର ପରିକ୍ରମା କରିବ । ପରେ ମୁଖ୍ୟ ଅତିଥି ଡାକ୍ତରଖାନାର ରୋଗୀ ମାନଙ୍କୁ ପଂଳ
ବଣ୍ଟନ, ଜେଲର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ, କୁଷ୍ଠାଶ୍ରମରେ ମିଷ୍ଟାନ୍ନ ଓ ବସ୍ତ୍ର ବଣ୍ଟନ
ଏବଂ ବାଳାଶ୍ରମରେ ମିଷ୍ଟାନ୍ନ ବଣ୍ଟନର କାର୍ଯ୍ୟକ୍ରମ ସ୍ଥିର ହେଲା । ବିଭିନ୍ନ
ଶିକ୍ଷାନୁଷ୍ଠାନର ପ୍ରଥମରୁ ମହାବିଦ୍ୟାଳୟ ସ୍ତରର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମ
ବୋଧକ ସଂଗୀତ ଓଡିଆ ବକ୍ତୃତା ପ୍ରତିଯୋଗିତା, ଷଷ୍ଠରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ
ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା କରାଯିବା
ପାଇଁ ସ୍ଥିର କରାଗଲା । ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ୧୩ ତାରିଖ ଦିନ ପୂର୍ବାହ୍ନ
୧୦ ଘଟିକାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର
ଚ୍ଥାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ପ୍ରତିଯୋଗିତା
ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା । ସଂସ୍କୃତି ବିଭାଗ ପକ୍ଷରୁ ଓପନ କୁଇଜ୍‌
ପ୍ରତିଯୋଗିତା ଜାନୁୟାରୀ ୨୨ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୈାତମ ବୁଦ୍ଧ
ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ । ଅଭ୍ୟାସ ପ୍ୟାରେଡ଼ ଜାନୁୟାରୀ ୨୨ ଓ ୨୩
ତାରିଖ ଅପରାହ୍ନ ଘ. ୨.୩୦ ମିନିଟ୍ ସମୟ ଓ ୨୪ ତାରିଖ ପୂର୍ବାହ୍ନ ଘ. ୮.୩୦ ମିନିଟ୍‌
ସମୟରେ ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହେଲା । ଏହି ଜାତୀୟ
ଦିବସରେ ପ୍ରତ୍ୟେକ କାର୍ଯ୍ୟାଳୟ ଗୁଡିକୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ପରାମର୍ଶ
ଦିଆଗଲା । ସେହିପରି ପ୍ରତ୍ୟେକ ବ୍ୟକ୍ତି ନିଜ ଗୃହକୁ ଉକ୍ତ ଦିନ ଆଲୋକରେ ସଜ୍ଜିତ
କରିବାକୁ ଅନୁରୋଧ କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା
ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଯେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର
ମଲ୍ଳ୍‌କ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦ
ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୈାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଜିଲ୍ଲା ପରିଷଦର ମୁଖ୍ୟ
ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ,
ଉପଜିଲ୍ଲାପାଳ ଗୋପିନାଥ କୁଅଁର ପ୍ରମୁଖ ବିବିଧ ପ୍ରସ୍ତାବମାନ ଦେଇଥିଲେ । ଏଥିରେ
ବରିଷ୍ଠ ନାଗରିକ ଦିଗମ୍ୱର କର, ବିମ୍ୱାଧର ଧଳ, ରବିନ୍ଦ୍ର ନାୟକ, ପରମାନନ୍ଦ ନାୟକ, ଗୋବିନ୍ଦ
ଚନ୍ଦ୍ର ସ୍ୱାଇଁ, ସମାଜସେବୀ ନିଶିଥ ଦାସ. ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ,
ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇ
ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment