ଯାଜପୁର ସଦର୦୩ା୧୨: ଯାଜପୁର ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ୨୦୧୯ ମସହିହାରେ ଯାଜପୁର ଜିଲ୍ଲାକୁ ବିଜୁ ଜନତା ଦଳର ପ୍ରାର୍ଥିମାନେ ମଇଦାକୁ ଓହ୍ଲାଇ ବିରୋଧି ଦଳକୁ ଧରାସାୟୀ କରି ୭ଟି ନିର୍ବାଚନ ମଣ୍ଡଳୀକୁ ବିଜୁ ଜନତା ଦଳ ଦଖଲକୁ ନେଇଥିଲେ । ୨୦୨୪ ନିର୍ବାଚନ ପାଇଁ ରଣ କୌଶଳ ପ୍ରସ୍ଥୁତି କରାଯାଉଥିବା ବେଳେ ଏହି ଜିଲ୍ଲାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଢଳୀର ବିଧାୟକ ପ୍ରାର୍ôଥପାଇଁ ମନୋନିତ କରିବେ ତାହା ଦେଖିବାକୁ ବାକି ରହିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୯ରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଅମର ପ୍ରସାଦ ଶତପଥିଙ୍କୁ ଟିକେଟ ଦେଇଥିବା ବେଳେ, ଧର୍ମଶାଳା ମଣ୍ଡଳୀରେ ପ୍ରଣବ ବଳବନ୍ତ ରାୟଙ୍କୁ ଟିକେଟ ଦେଇଥିଲେ । ସେହିପରି ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରିତ୍ତିରଂଜନ ଘଡ଼ାଇ(ଡାନି)ଙ୍କୁ ଟିକେଟ ଦେଇଥିଲେ । କୋରେଇ ନିର୍ବାଚନ ମଣ୍ଡଳୀର ଅଶୋକ କୁମାର ବଳଙ୍କୁ ଟିକେଟ ଦିଆଯାଇଥିଲା । ଯାଜପୁର ନିର୍ବାଚନ ମଣ୍ଡଳର ଯୁବ ବିଧାୟକ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଟିକେଟ ଦେଇଥିଲେ । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ରାଜସ୍ୱ ମନ୍ତ୍ରୀ(ବାଚସ୍ପତି) ପ୍ରମିଳା ମଲିକଙ୍କୁ ଟିକେଟ ଦେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ସୁନନ୍ଦା ଦାସଙ୍କୁ ୨୦୧୯ରେ ଟିକେଟ ଦେଇଥିବା ବେଳେ, ୭ଟି ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ଦଖଲ କରିଥିଲା । ଯାଜପୁର ଲୋକ ସଭା ସାଂସଦ ଆସନରେ ଶର୍ମିଷ୍ଠା ସେଠୀଙ୍କୁ ବିଜୁ ଜନତା ଦଳ ଟିକେଟ ଦେଇଥିଲେ । ବିରୋଧି ଦଳକୁ ପରାସ୍ତ କରି ଯାଜପୁର ବିଜୟ ଟିକା ପିନ୍ଧିଥିଲା । ଆଗାମୀ ୨୦୨୪ ନିର୍ବାଚନ ଆସୁଥିବା ବେଳେ, ଯାଜପୁର ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟାନାୟକ କାହାକୁ ଏହି ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥିକରିବେ ତାହା ଦେଖିବାକୁ ବାକି ରହିଲା । ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ବିରୋଧି ଦଳ ପକ୍ଷରୁ ବ୍ୟାଟିଂ କରିବା ପାଇଁ ପଡ଼ିଆ ସଜା ଚାଲିଚି ।
ଯାଜପୁରରେ ନିର୍ବାଚନ ପାଇଁ ଦଳ ପଡ଼ିଆକୁ ଓହ୍ଲାଇଲେ
|
December 3, 2023 |