ଯାଜପୁର, ୦୮ ।୦୭,ସନ୍ଧାନ ନ୍ୟୁଜ: ସରକାରୀ ବିଦ୍ୟାଳୟର ପ୍ରାଥମିକ ଛାତ୍ର ଛାତ୍ରୀ ମାନେ ଭାଷା ଓ ସଂଖ୍ୟା ଜ୍ଞାନରେ ପଛରେ ପଡୁଥିବା ଲକ୍ଷ୍ୟ କରି ସାରା ଦେଶରେ ଜାତୀୟ ଶିକ୍ଷା ନିତି ୨୦୨୦ ଅନୁଯାୟୀ ପ୍ରତ୍ୟେକ ବ୍ଲକର ଗୋଟିଏ ଗୋଟିଏ ସ୍କୁଲରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର ବା ପଂଣ୍ଡାମେଂଟାଲ ଲିଟରାସି ଆଣ୍ଡ ନ୍ୟୁମୋରାସି (ଏପଂଏଲଏନ) ଖୋଲାଯିବା ପାଇଁ ନିଷ୍ପତି ହୋଇଛି । ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ମୌଳିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି । ଯାଜପୁର ବ୍ଲକର ଭୁବନେଶ୍ୱରପୁର ପଂଚାୟତର ଶେଷଦେବ ବାସନ୍ତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲାର ପ୍ରଥମ କେନ୍ଦ୍ର ଖୋଲାଯାଇଛି । ଏହାକୁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଗୁରୁ ଏବଂ ଯାଜପୁର ବ୍ଲକ ର ବରିଷ୍ଠ ଶିକ୍ଷାଧିକାରୀଣୀ ସ୍ମୃତିରେଖା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ର ଛାତ୍ର ଚାତ୍ରୀ ମାନଙ୍କୁ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ସଂପର୍କରେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରାଯିବ । ବେସରକାରୀ ବିଦ୍ୟାଳୟ ଭଳି ଏଠାରେ ଛାତ୍ର ଛାତ୍ରୀଙ୍କୁ ନାନା ଶିକ୍ଷା ଉପକରଣ ମାଧ୍ୟମରେ ଶିକ୍ଷାଦାନ କରାଯିବା ସହିତ ଶିକ୍ଷାନୁକୁଳ ପରିବେଶ ସୃଷ୍ଟି କରାଯାଇଛି । ଏହା ମାଧ୍ୟମରେ ଛାତ୍ର ଚାତ୍ରୀ ମାନଙ୍କର ଅନେକ ବିକାଶ ହୋଇପାରିବ ବୋଲି ଶ୍ରୀମତୀ ନାୟକ କହିଥିଲେ । ଶିକ୍ଷା ଆରମ୍ଭ କରୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରହୁଥିବା ପାଠ ପଢ଼ା ନେଇ ରହୁଥିବା ଦ୍ୱନ୍ଦ ଯୋଗୁଁ ଉପର କ୍ଲାସରେ ଛାତ୍ର ଛାତ୍ରୀ ଖରାପ ପ୍ରଦର୍ଶନ କରୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଡୋଲିପୁର ସ୍ଥିତ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ବା ଡାଏଟ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ଏହି କେନ୍ଦ୍ର ପାଇଁ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏଠାରେ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ । ଏଠାରେ ଛାତ୍ର ଛାତ୍ରୀଙ୍କୁ ଅଡିଓ ଓ ଭିଜୁଆଲ ମାଧ୍ୟମରେ ଶିକ୍ଷାଦାନ କରାଯାଇ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାଯିବ । ସେହିଭଳି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଆହରଣ ପାଇଁ ଆବଶ୍ୟକ ପାଠ୍ୟ ଉପକରଣ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯିବ ବୋଲି ଶିକ୍ଷକ ମତ ଦେଇଛନ୍ତି । ଏହା ଯାଜପୁର ବ୍ଲକ ତଥା ଜିଲାର ପ୍ରଥମ ଏପଂଏଲଏନ କେନ୍ଦ୍ର ହୋଇଥିବାରୁ ଏହାକୁ ସୂଚାରୁ ରୁପେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ମଡେଲ କେନ୍ଦ୍ରରେ ବ୍ଲକର ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଠାକୁ ଆସି ତାଲିମ ଗ୍ରହଣ କରିବେ । ଏହି ଉଦଘାଟନି ସମାରେହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା,ସମାଜସେବୀ ସନ୍ତୋଷ କୁମାର ଦାସ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ରାୟ,ଭୁବନେଶ୍ୱରପୁର ପଂଚାୟତ ସରପଂଚ ମନିଦିପା ରାୟ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ସାହୁ,ଶିକ୍ଷକ ରତିକାନ୍ତ ରାୟ,ଧିରେଶ ଦାସ ଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
‘
ଯାଜପୁରରେ ଉଦଘାଟିତ ହେଲା ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର
|
July 10, 2023 |