ଯାଜପୁରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

Spread the love

ଯାଜପୁର, ତା ୨୧ା୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଳ୍‌ା ସ୍ତରୀୟ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଯାଜପୁର ଟାଉନ ସ୍ଥିତ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମାତୃଭାଷା ଯେ କୈାଣସି ବ୍ୟକ୍ତି ପାଇଁ ଏକ ଶ୍ରେଷ୍ଠ ଉପଲବ୍ଧି ବୋଲି କହିଥିଲେ । ମାତୃ ଗର୍ଭରୁ ଥିବା ଶିଶୁଟିଏ ତା ମାତୃଭାଷାକୁ ଚିହ୍ନେ, ବୁଝେ ଓ ଅନୁଭବ କରେ । ବିଶ୍ୱରେ ଭାଷାର ବ୍ୟବହାରରେ ଦ୍ରୁତ ଅବକ୍ଷୟ ଯୋଗୁ ଅନେକ ଭାଷା ମରିଯାଉଚ୍ଥି । ଯେଉଁ ଜାତି ବା ଅଞ୍ଚଳ ନିଜର ମାତୃଭାଷାକୁ ଗୁରୁତ୍ୱ ଦିଏ ତାହା ସମୃଦ୍ଧ ଓ ଶ୍ରେଷ୍ଠ ହୋଇଥାଏ ବୋଲି କହିବା ସହ ସମ୍ପ୍ରତ୍ତି ମାତୃଭାଷାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଦାମୋଦର ବେହେରା ମାତୃଭାଷା ଗୋଟିଏ ଜାତିର ଗର୍ବ, ଗୈାରବ ଓ ଅସ୍ମିତାର ପ୍ରତୀକ ବୋଲି କହିବା ସହ ମାତୃଭାଷାର ବିକାଶ, ଊନ୍ନତି ଓ ସମୃଦ୍ଧି ପାଇଁ ପ୍ରତ୍ୟେକ ଊଦ୍ୟମ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ ଆଜିର ସମୟରେ ମାତୃଭାଷା ଅନେକ ସଂକଟର ସମ୍ମୁଖୀନ ହେଉଚ୍ଥି ବୋଲି କହିଥିଲେ । ବିଶେଷ କରି ମାତୃଭାଷାର ବ୍ୟବହାରରେ ଦ୍ରୁତ ହ୍ରାସ, ପଠନ ଓ ଲିଖନର ଅବକ୍ଷୟ ଯୋଗୁ ଏହା ବିଶେଷ କ୍ଷତିଗ୍ରସ୍ତ ହେଉଚ୍ଥି । ତେଣୁ ପ୍ରତ୍ୟେକ ଲିଖନ, ପଠନ ଓ କଥିତ ଭାବେ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ସେ ଅନୁରୋଧ କରିଥିଲେ । ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଏମ୍‌.ଡି. ଅକମଲ, ଗୀତାଞ୍ଜଳୀ ସାହୁ, ସୁକେଶିନୀ ବାରିକ, ସ୍ୱାତୀ ସାମଲ, ସଂଗୀତା ଶତପଥୀ, ବର୍ଷା ସ୍ୱାଇଁ, ଲିପ୍‌ସା ସ୍ୱାଇଁ, ପ୍ରତିମା ମହାପାତ୍ର, ସବିତା ରାଣୀ ବଳ, ରଂଜିତା ବେହେରା, ସୁରମା ଦାଶ, ସୁବାଷ ଚନ୍ଦ୍ର ଜେନା, ମଞ୍ଜୁଲତା ଦାସ, ସୋନାଲି ସାହୁ ପ୍ରମୁଖ ଯୋଗ ଦେଇ ମାତୃଭାଷାର ସୁରକ୍ଷା, ବ୍ୟାପକ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚ୍ଥାତ୍ର ଦିଗମ୍ୱର କର, ଜୟ ଶଙ୍କର ପାଢୀ, ଚ୍ଥାତ୍ରୀ ଶୁଭଶ୍ରୀ ସାହୁ, ଅଙ୍କିତା ଚ୍ୟାଉପଟ୍ଟନାୟକ ଯୋଗ ଦେଇ ମାତୃଭାଷା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

Related Posts

About The Author

Add Comment