ଭୁବନେଶ୍ୱର ୨୫/୦୪ (ସନ୍ଧାନ ନିଉଜ) ଯାଜପୁରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡିଛି। ସେମାନଙ୍କର ବୟସ ଯଥାକ୍ରମେ ୫୨,୨୩, ୪୯, ୫୭, ୩୯ ଓ ୫୦ ବର୍ଷ । ଏମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନେ ସମସ୍ତେ କୋଲକାତାରୁ ଫେରିଛନ୍ତି । ତେବେ ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଯାଜପୁରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
|
April 25, 2020 |
