ଯାଜପୁରରେ ବିଶ୍ୱ ମାତୃଭାଷା ଦିବସ ପାଳିତ

Spread the love

ଯାଜପୁର, ତା ୨୧.୦୨ (ସନ୍ଧାନ ନିଉଜ): ମାତୃ ଭାଷାର ଉନ୍ନତି ହିଁ କୌଣସି ଜାତି ପାଇଁ ଏକ ବିଶେଷ ଅବଦାନ ଓ ଗୁରୁତ୍ୱ ବହନ କରିଥାଏ । କାରଣ ପୃଥିବୀ ପୃଷ୍ଠରୁ ଅନେକ ଭାଷା ବ୍ୟବହାର ଓ ସୁରକ୍ଷା ଅଭାବରୁ ଉଭେଇଗଲାଣି । ତେଣୁ ନିଜ ନିଜ ମାତୃ ଭାଷାର ସୁରକ୍ଷା ଓ ବ୍ୟାପକ ବ୍ୟବହାର ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଫେବୃଆରୀ ୨୧ତାରିଖ ରବିବାର ବିଶ୍ୱ ମାତୃଭାଷା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ, ଓଡିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ ପରିସରରେଏହି ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ରମାକାନ୍ତ ସାହୁମା ଓ ମାତୃଭୂମିଭଳି ମାତୃଭାଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆମ ମାତୃଭାଷା ଓଡିଆର ବ୍ୟପକ ବ୍ୟବହାର ପାଇଁ ସଂକଳ୍ପ ବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି, ଶିକ୍ଷକ ସୁବାଷ ଚନ୍ଦ୍ର ଜେନା ଓ ମାଳତୀ ପତି ପ୍ରମୁଖ ଯୋଗଦେଇ ମାତୃଭାଷାରସମୃଦ୍ଧି ପାଇଁ ପ୍ରତ୍ୟେକସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ତଥା ସଂସ୍ଲୃତି ଅଧିକାରୀସନ୍ତୋଷକୁମାରସେଠୀ ଏଥିରେ ଅଧ୍ୟକ୍ଷତା କରି ଆମମାତୃଭାଷାଓଡିଆଏକ ପ୍ରାଚୀନ ଭାଷା ଓ ଶାସ୍ତ୍ରୀୟମାନ୍ୟତା ପ୍ରାପ୍ତ ଭାଷାବୋଲିକହିଥିଲେ । ଏହା ଯେପରିସରଳ, ବୋଧଗମ୍ୟ ଓ ସୁନ୍ଦର,ତାହାରଉଚାରଣ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟକରିଥାଏ । ସରକାରଓଡିଆଭାଷାରସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁବହୁବିଧ ବ୍ୟବସ୍ଥା କରିଛନ୍ତି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ପ୍ରୋସôାହିତ କରାଯାଉଛି ବୋଲି କହିବାସହ ବ୍ୟାପକ ବ୍ୟବହାର ଦ୍ୱାରା ଆମ ଭାଷା ସମୃଦ୍ଧ ହୋଇପାରିବ ବୋଲି ସେ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବିଦ୍ୟାର୍ଥୀ ଋତୁପର୍ଣ୍ଣା ସାମଲ, ଜ୍ୟୋତିଶଙ୍କର ପାଢୀ, ସବ୍ୟସାଚୀ ବେହେରା, ଶୁଭ୍ରାସିନୀ ଜେନା ମାତୃଭାଷା ଦିବସ ପାଳନ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷୟତ୍ରୀ ମିତାରାଣୀ ନାୟକ, ସୁଶ୍ରୀ ସଂଗୀତା ଶତପଥି, ସବିତା ବଳ, ରଂଜିତା ବେହେରା ଓ ଏମ.ଡି ଅକମଲଙ୍କ ସହଛା ତ୍ରଛାତ୍ରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment