ଯାଜପୁର /୫/୨/ସନ୍ଧାନ ନ୍ୟୁଜ )ଯଖପୁରା ରେଳ ଷ୍ଟେସନ ନିକଟବର୍ତ୍ତୀ ଦାନଗଦି ବ୍ଲକ ମାଣତୀରା ପଞ୍ଚାୟତ ର କେନ୍ଦୁଢିପ ଗ୍ରାମ ନିକଟରେ ଡାଉନ ଲାଇନ ରେ ଆସୁଥିବା ନିୟୁ ଜଲପାୟୀ ଗୁଡ଼ି ଚେନ୍ନାଇ ଏକ୍ସପ୍ରେସ ର ତିନୋଟି ବଗି ଲାଇନ ଚ୍ୟୁତ ହୋଇଥିବାର ଦେଖିବାକୁ ମିଳିଛି।ଆଜି ସକାଳୁ ସକାଳୁ ଦ୍ରୁତଗାମୀ ଟ୍ରେନ ଟି ପଶ୍ଚିମବଙ୍ଗ ର ରାଜ୍ୟର ନିୟୁ ଜଲପାୟୀ ଗୁଡ଼ି ଗନ୍ତବ୍ୟ ସ୍ଥଳ କୁ ଯାଉଥିବା ବେଳେ ଟି ଲାଇନ ଚ୍ୟୁତ ହୋଇଛି। ଡାଉନ ଲାଇନ ରେ ଆସୁଥିବା ବେଳେ ରେଳ ଟ୍ରାକ ପରିବର୍ତ୍ତନ କରୁଥିବା ବେଳେ ଏହି ଦୁର୍ଘଟଣା ଟି ଘଟିଛି।ଏହି ଦୁର୍ଘଟଣା ରେ ଟ୍ରେନ ର ଦୁଇଟି ଏସି ବଗି ଓ ଗୋଟିଏ ଜେନେରାଲ ବଗି ର ଚକା ରେଳ ଧାରଣା ରୁ ଖସି ପଡ଼ିଛି।ଫଳରେ ଟ୍ରେନ ଟି ଅନେକ ସମୟ ଧରି ଛିଡା ହୋଇ ରହିଥିବାର ଦେଖିବାକୁ ମିଳିଥିଲା।ଟ୍ରେନ ର ଗତି ସ୍ୱଳ୍ପ ଥିବାରୁ ଗୋଟିଏ ବଡ଼ ଧରଣ ର ଦୁର୍ଘଟଣା ରୁ ଟ୍ରେନ ଟି ବର୍ତ୍ତି ଯାଇଛି।ଟ୍ରେନ ର କୌଣସି ବଡ଼ ଧରଣ ର କ୍ଷତି ହୋଇନାହିଁ।କୌଣସି ଯାତ୍ରୀ ଙ୍କ ଧନ ଜୀବନ ନଷ୍ଟ ହୋଇ ନଥିବାର ଦେଖିବାକୁ ମିଳିଛି। ଡାଉନ ଲାଇନ ରେ ଦୁର୍ଘଟଣା ଟି ଘଟିଥିବାରୁ ଗାଡ଼ି ଯିବାରେ ଆସିବାରେ ଅନେକ ସମୟ ଧରି ସମସ୍ୟା ଉପୁଜିଥିଲା। ଡାଉନ ଲାଇନ ର ସମସ୍ତ ଗାଡ଼ିର ଗତିପଥ ବଦଳା ଯାଇଥିବାର ଦେଖିବାକୁ ମିଳିଥିଲା।କେବଳ ଅପ ଲାଇନ ରେ ଗାଡ଼ି ଚଳ ପ୍ରଚଳ ହେଉଥିବାର ଦେଖିବାକୁ ମିଳିଥିଲା।ଟ୍ରେନ ଦୁର୍ଘଟଣା ର ସଠିକ କାରଣ ଜଣା ପଡ଼ିନାହିଁ।
ଯଖପୁରା ରେଳ ଷ୍ଟେସନ ନିକଟରେ ଦ୍ରୁତଗାମୀ ଟ୍ରେନ ଲାଇନଚ୍ୟୁତ,,
|
February 5, 2026 |



