ଯଖପୁରା ଠାରେ ମା ହିଙ୍ଗୁଳା କ୍ରିକେଟ କପ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ଯାଚ ଅନୁଷ୍ଠିତ ହେଇଯାଇଛି।

Spread the love

ଜଖପୁରା/୨୫ ୧୧/ସନ୍ଧାନ ନିଉଜ୍ (ପ୍ରଶାନ୍ତ ସାମଲ)-ଯାଜପୁର ଜିଲ୍ଲା ଦାନଗଦି ବ୍ଲକ  ଅନ୍ତର୍ଗତ ଯଖପୁରା ସ୍ଥିତ ମା ହିଙ୍ଗୁଳା ଖେଳ ପଡିଆରେ ଏକ ଦିବା ଆଲୋକ କର୍କ ବଲ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ଅନୁଷ୍ଠିତ ହୋଇଯାଇଛି l  ଏହି ଟୁର୍ନାମେଣ୍ଟ ଟି ସ୍ଥାନୀୟ ମା ହିଙ୍ଗୁଳା କ୍ରିକେଟ କ୍ଲବ୍ ଦ୍ୱାରା ଆୟୋଜନ କରାଯାଇଥିଲା ବେଳେ ଏହାକୁ  ପ୍ରାୟୋଜିତ କରୁଛନ୍ତି  ମମୀତା ଇଣ୍ଟରପ୍ରାଇଜେସ ।  ଆଜିର ଫାଇନାଲ/ ଉଯାପନି  ମ୍ୟାଚ କୁ ସୁକିନ୍ଦା ର ବିଧାୟକ ପ୍ରିତିରଞ୍ଜନ ଘଡେଇ ମୁଖ୍ଯ ଅତିଥି ଭାବେର ଯୋଗ ଦେଇଥିଲେ। ତାଙ୍କ ସହିତ ଦାନଗଦି ବ୍ଲକ ବିଜେଡି ସଭାପତି  ଦିଲ୍ଲୀପ କୁମାର ନାୟକ, କୈଳାସ ଜେନା, ତ୍ରିଲୋଚନ ଧଳ,ବସନ୍ତ ରାଉତ, ସଂଦିପ୍ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରିତିରଞ୍ଜନ ଘଡେଇ ଉଭୟ ଚମ୍ପିୟାନ ଓ ରନର୍ସଅପ ଟ୍ରଫି ପ୍ରଦାନ  କରିଥିଲେ l  ଆଜି ର ମ୍ଯାଚ ରାଆଁସୋଲ ସହିତ ନେଲିବାରୀ ମଧ୍ଯ ରେ ଖେଳ ହୋଇଥିଲା। ନେଲିବାରୀ ପ୍ରଥମେ ବ୍ଯାଟିଂ କରି ୨୦୮ ରନ ୨୦ ଓଭରରେ କରିଥିବା ବେଲେ ରାଆଁସୋଲ ୧୫୧ ରନ ୨୦ ଓ୍ବଭର ରେ କରିବା ସହିତ ମ୍ଯାଚ ରେ ପରାଜିତ ହେଇଥିଲା

Related Posts

About The Author

Add Comment