ବାରିପଦା, ୦୭/୦୪ (ସନ୍ଧାନ ନିୟୁଜ) : କରୋନା ମୁକାବିଲା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ। ଜିଲ୍ଲାର ସମସ୍ତ ବ୍ଲକରେ ସମୁଦାୟ ହୋମ୍ କ୍ୱାରେନଟାଇନରେ ୧୦,୦୬୧ଜଣଙ୍କ ଲାଗି ସୁବିଧା କରାଯାଇଥିବା ବେଳେ ଇତିମଧ୍ୟରେ ୮୨୬୨ ଜଣ ରହିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜିସୁଦ୍ଧା କରୋନା ସନ୍ଦେହରେ ଜିଲ୍ଲାରୁ ୧୦୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୯୦ଟି ରିପୋର୍ଟ ନେଗେଟିଭ ଆସିଛି। ଯେଉଁଥିରେ ରହିଛନ୍ତି ୩୭ ଜଣ ବିଦେଶରୁ ଆସିଥିବା ବ୍ୟକ୍ତି। ୧୪ଟି ନମୁନା ରିପୋର୍ଟ ଆସିନଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି। ତେବେ ରିପୋର୍ଟ ନେଗେଟିଭ ଆସିବା ମୟୁରଭଞ୍ଜ ଜିଲ୍ଲା ପାଇଁ ଭଲ ଖବର। ସେହିପରି କ୍ୱାରେନଟାଇନ୍ ପିରିୟଡ଼ ଶେଷ ହୋଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି।
ମୟୂରଭଞ୍ଜ : ୧୦୪ ରକ୍ତ ନମୁନାରୁ ୯୦ ନେଗେଟିଭ
|
April 7, 2020 |
![](https://sandhannews.com/wp-content/uploads/2020/03/image-93.png)