ରାଇରଙ୍ଗପୁର, ୨୯/୧୦/୨୦ (ସନ୍ଧାନ ନିଉଜ/ପରେଶ୍ଚନ୍ଦ୍ର ଷଡଙ୍ଗୀ) : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଓ ବାଙ୍ଗିରିପୋଷି ର ଘାଟି ଆରମ୍ଭ ଓ ଶେଷ ମଧ୍ୟ ରେ ୪୯ଜାତୀୟ ରାଜ ପଥରେ ଦିର୍ଘ ୭କି:ମ: ରାସ୍ତା ର ଦୁଇ ପାର୍ଶ୍ଵ କୁ ଉନ୍ନତ ମାନର ଗାଡୱଲ ଓକ°କ୍ରିଟ ବ୍ରେକେଡ୍ ସଦ କନଭାର୍ଶ ମିରର ନିର୍ମାଣ କରିବାପାଇଁ ଆଜି ବାମନ ଘାଟି ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ଧର୍ମାନନ୍ଦ ବେହେରାଙ୍କୁ ବିଶୋଇ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।ଉକ୍ତ ଜାତୀୟ ରାଜପଥ ରେ ଦୈନିକ ଦୁର୍ଘଟଣା ଘଟି ଅନେକ ଜନ ଜୀବନ ପ୍ରଭାବିତ ହେବା ସହ ମୂଲ୍ୟବାନ ଜୀବନ ଚାଲି ଯାଉଅଛି ।ଯାହା କି କିଏ ବିଧବା ହେଉଛି ତ କିଏ ପତ୍ନୀ ହରା ହେଉଛି ତ ଆଉ କାହାର ସ°ସାର ଭାଙ୍ଗି ଯାଉଛି ତ ଆଉ କାହାର ବ°ସ କୂଳ ନିପାତ ହେଉଛି । ଯାହାର ଦୁର୍ଘଟଣା ଘଟୁଛି ତାହା ର ନିଶ୍ଚିତ ମୃତ୍ୟୁ ଘଟିଛି ଦୁର୍ଘଟଣା ରେ ଘଟିଲେ ଘାଟିର ୧୦୦ଫୁଟ ପାହାଡ ତଳକୁ ଖସି ଗାଡି ମଟର ଜାନ ଭାଙ୍ଗି ଚୁରମାର ହେଉଥିବା କଥା ଅଭିଯୋଗ ରେ ଲେଖା ରହିଛି । ପ୍ରକୃତରେ ବାଙ୍ଗିରିପୋଷି ଘାଟି ୫୨ଘାଟି ଅନେକ ଲୋକଙ୍କ ର ଜିବନ ନେଇଛି । ତେଣୁ ଉକ୍ତ ପାଟିରେ କେହି କିମ୍ବା କାହାର ଆଉ ଦୁର୍ଘଟଣା ନ ହେବା ପାଇଁ ଦୁର୍ଘଟଣା ରକିବା ପାଇଁ ସରକାର ଦୃଷ୍ଟି ଦେଲେ ବିଶୋଇ ବିକାଶ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ମୟୂରଭଞ୍ଜ ଜିଲ୍ଲା ର ବାମନ ଘାଟି ତଥା ବାଙ୍ଗପୋଷି ଘାଟି ର ଦୁଇ ପାର୍ଶ୍ଵ କୁ ଉନ୍ନତ ମାନର ଗାଡୱଲ ଓକ°କ୍ରିଟ ବେକ୍ରେଡ ନିର୍ମାଣ ଦାବିରେ ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।
|
October 29, 2020 |


