ମୟୂରଭଞ୍ଜ: ଘରେ ପଶିଲା ବନ୍ୟା ଜଳ

Spread the love

ବାରିପଦା ୨୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-  ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାରିପଦା ସହର ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି ବଡ଼ ବଡ଼ ଗଛ ଉପୁଡ଼ିବା ସହ କୋଠା ଘର ଭୁଶୁଡ଼ି ପଡ଼ିଛି। ସେହିପରି ବନ୍ୟା ଜଳରେ ଭାସିଯାଇଥିବା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନେ ସ୍ଥାନେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ପ୍ରଶାସନ ସଜାଗ ରହି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଜିଲ୍ଲାରେ ହାରାହାରି ୧୨୨ମିମି ବର୍ଷା ହୋଇଥିବା‌ ବେଳେ ବାରିପଦାରେ ସର୍ବାଧିକ ୨୦୭ମିମି, ଗୁଳିରେ ୧୯୭, ଠାକୁରମୁଣ୍ଡା ୧୯୩, କୁଳିଅଣା ୧୭୦, କୁସୁମୀ ୧୫୬ ଏବଂ ଉଦଳା, କିବିନଗର ଓ ଖୁଷ୍ଠା ଆଦି ବ୍ଲକରେ ୧୪୦ମି.ମି ବର୍ଷା ରେକର୍ଡ କରାଯାଇଛି। ତେବେ ବିପନ୍ନ ପରିବାରଙ୍କୁ ଶୁଖୁଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପଲିଥିନ  ପ୍ରଦାନ କରାଯାଉଥିବା ବେଳେ ପରିସ୍ଥିତିରେ ଧାର ଆସିବ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ବାରିପଦା ସହର ମଧ୍ୟ ଦେଇ ପ୍ରବାହିତ ଜରାଳି ଓ ସୁରାଳି ନଦୀର ଉଦବୃତ୍ତ ବନ୍ୟାଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଥିଲା। ସେହିପରି ବିଭିନ୍ନ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିବାରୁ ଲୋକଙ୍କ ଘରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି। ସହରର ଶୂନଗଡ଼ିଆଠାରେ ଏକ ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ସମୟ ପାଇଁ ଠପ ହୋଇପଡ଼ିଥିଲା । ଖବରପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଗମନାଗମନ ସ୍ବାଭାବିକ ହୋଇଥିଲା । ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ସହରର ମଧୁବନ ଅଞ୍ଚଳରେ ଥିବା ବସ୍ତିରେ ବନ୍ୟାଜଳ ପ୍ରବେଶ କରିଛି। ଜବରଦଖଲ ଉଚ୍ଛେଦ ସମୟରେ ଏକ କୋଠା ଘର ଅଭଗ୍ନ ଅବସ୍ଥାରେ ଥିବା ବେଳେ ବନ୍ୟାଜଳ ପ୍ରବେଶ କରିବାର କିଛି ସମୟ ପରେ ତାହା ଭୁଶୁଡ଼ି ପଡ଼ିଥୁଲା । ତେବେ ସେହି ଘରେ କେହି ରହୁ ନ ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ମ୍ୟୁନସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ପି.ଅବୈଷା ରେଡ଼ ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି, ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ତହସିଲଦାର ରାମଚନ୍ଦ୍ର ସୋରେନ, ରାଜସ୍ୱ ନିରୀକ୍ଷକଙ୍କ‌ ସମେତ ବିଭାଗୀୟ ଅଧୁକାରୀମାନେ । ଘଟଣାସ୍ଥଳ ପରିଦର୍ଶନ କରି ବିପନ ପରିବାରକୁ ନିକଟସ୍ଥ ସ୍କୁଲ ଘରେ ଥଇଥାନ କରି ସେମାନଙ୍କୁ ଶୁଖୁଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ସେହିପରି ବଡ଼ସାହି ବ୍ଲକ ଦେଇ ପ୍ରବାହିତ ହେଉଥିବା ବୁଢାବଳଙ୍ଗ ଓ। ଗଙ୍ଗାହାର ନଦୀର ଜଳପତ୍ତନ ବୃଦ୍ଧିପାଇଛି। ଗଙ୍ଗାହାର ନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ବୈଶିଙ୍ଗା-ଉଦଳା, ବେତନଟୀ – ଉଦଳା ଓ ବଡ଼ସାହି-କୁଆମରା ରାସ୍ତା ଉପରେ ୩/୪ଫୁଟ ବନ୍ୟା ଓ ବର୍ଷା ଜଳ । ପ୍ରବାହିତ ହେଉଥିବାରୁ ଉକ୍ତ ରାସ୍ତା ଦେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ମାଣତ୍ରୀ-ଭୀମଦା ଚଟାଣ ରାସ୍ତା ପୋଲ ଉପରେ ଯାଉଥିବା ବନ୍ୟା ସ୍ରୋତରେ ଜଣେ ବୃଦ୍ଧା ଭାସିଯାଇ ନିଖୋଜ ଅଛନ୍ତି। ସେ ହେଲେ ସ୍ନେହଲତା ମହାପାତ୍ର(୬୨) ।

Related Posts

About The Author

Add Comment