ବାରିପଦା, ୧/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ମୟୂରଭଞ୍ଜ ଜିଲ୍ଲା ପରିଷଦ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସଭାପତି ହରେକୃଷ୍ଣ ବାରିକଙ୍କ ପୌରୋହିତ୍ୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ୫ ଦଫା ସମ୍ବଳିତ ଦାବି ସଂପର୍କରେ ଆଲୋଚନା କରାଯିବା ସହ ଉକ୍ତ ଦାବିଗୁଡିକୁ ଯଥାଶୀଘ୍ର ନିୟମାନୁଯାୟୀ ପୂରଣ ନ କଲେ ଜିଲ୍ଲା ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିଗୁଡିକ ମଧ୍ୟରେ ପଦୋନ୍ନତି ତାଲିକାରେ ୨୦୧୮ ଓ ୨୦୧୮ ରେ ନିମୟିତ ହୋଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ନାମ ନ ଥିବାରୁ କ୍ଷୋଭ ପ୍ରକାଶ କରାଯିବା ସହ ତୁରନ୍ତ ସେମାନଙ୍କୁ ତାଲିକାଭୁକ୍ତ କରାଯିବା, ୪୦ରୁ ଉର୍ଦ୍ଧ୍ବ ଶିକ୍ଷା ସହାୟକ ଦୁଇ ବର୍ଷ ଧରି ନିୟମିତ ହୋଇ ନ ପାରି ନାନା ନିର୍ଯ୍ୟାତନାରେ ଗତି କରୁଥିବାରୁ ଯଥାଶୀଘ୍ର ନିୟମିତ କରାଯିବା, ସମୟ ଅତିବାହିତ ସର୍ ଜିଲାର ବହୁ ଭାଷା ଶିକ୍ଷା ଶିକ୍ଷକ ସହାୟକମାନଙ୍କୁ ଯଥାଶୀଘ୍ର ନିୟମିତ କରିବା ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରାଯିବା, ଓଟିଇଟି ପାସ ପରେ ଡିପିସିଠାରେ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ସାରିଥିବା ସତ୍ତ୍ଵ କେତେକ ଏକ୍ସ-କ୍ୟାଡରମାନଙ୍କ ଇନ୍କ୍ରିମେଣ୍ଟ ହେଉ ନ ଥିବାରୁ ଯଥାଶୀଘ୍ର ସେମାନଙ୍କର ଇନ୍କ୍ରିମେଣ୍ଟ କରିବା ସକାଶେ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ ଯଥାଶୀଘ୍ର ଜଣାଇବା ଆଦି ଦାବିମାନ ଅନ୍ତର୍ଭୁକ୍ତ । ଏହି ବୈଠକରେ ଜିଲା ସଂପାଦକ ରାଜେନ୍ଦ୍ର ମହାନ୍ତ, କୋଷାଧକ୍ଷ ଗୋପାଳ ଲେଙ୍କା, ଗଦାଧର ନାଏକ, ସୂର୍ଯ୍ୟ ସେଠୀ, ଶିବନାରାୟଣ ମହାନ୍ତ, ଅନୀଲ କୁମାର ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଚିରଞ୍ଜିବୀ ବେହେରା, ବୈକୁଣ୍ଠନାଥ ଗିରି, ଅଜୟ ବାରିକ, ଆଦିକନ୍ଦ ପାତ୍ର, ସପନ ବେହେରା, ତପନ କୁମାର ଦାସ, ବ୍ୟମକେଶ ଦତ୍ତ, ଅଜୟ କୁମାର ମହାନ୍ତ, ସମୀର ସିଂ, ସୁବୋଧ କୁମାର ।ବିରଞ୍ଚି ନାରାୟଣ ଆଚାର୍ଯ୍ୟ, ରାଜ୍ୟ ସଂଘର କର୍ମକର୍ତ୍ତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ଓ ଭବେଶ ପାଣିଗ୍ରାହୀ ଏବଂ ସଂଘର ଉପଦେଷ୍ଟା ଶ୍ୟାମଲ ମହାନ୍ତି, ଯାମିନୀ ପଣ୍ଡା ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ମୟୁରଭଞ୍ଜ ଜିଲା ପରିଷଦ ଶିକ୍ଷକ ସଂଘର ୫ ଦଫ ଦାବି ଉପସ୍ଥାପିତ, ପୂରଣ ନ ହେଲେ ଆନ୍ଦୋଳନ
|
September 1, 2020 |
