ମୌଳିକ ସୁବିଧାରୁ ବଞ୍ଚିତ ନାସିରୁଲାଙ୍କ ପରିବାର (ରାସନକାର୍ଡ ନାହିଁ,ମିଳିନି ପକ୍କଘର ଓ ରିଲିଫ)

Spread the love

ରସୁଲୁପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ବାଟ ହୁଡିଛି ସରକାରଙ୍କ ଗରିବୀ କଲ୍ୟାଣ ଯୋଜନା, ଯେଉଥିରେ ପ୍ରକୃତ ହିତାଧୀକାରୀ ଏହିସବୁ ଯୋଜନା ସାମିଲ ହୋଇପାରୁ ନାହାନ୍ତି , କିଛି ଅସାଧୁ ଅଧିକାରୀ ଓ କୁଜି ନେତାଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରିବୀ ଶ୍ରେଣୀୟ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଯାହାକି ରସୁଲପୁର ବ୍ଳକ ବ୍ରହ୍ମବରଦା ପଞ୍ଚାୟତରେ ବହୁଳଭାବେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମବରଦା ପଞ୍ଚାୟତ ବଉଳା ଘାଇଦାଣ୍ଡିର ୨ ନମ୍ବର ୱାର୍ଡର ସେକ ନସିରୁଲାଙ୍କ ପରିବାର ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେକ ନସିରୁଲା ଜଣେ ଅତିଗରିବ ଲୋକ ହୋଇଥିଲା ବେଳେ ଖାଦ୍ୟ ସୁରକ୍ଷା ଆଇନରେ ନିଜ ପରିବାରର ରାସନକାର୍ଡ, ଗରିବୀ ଆବାସିକ ଯୋଜନାରେ ପକ୍କାଘର,ଓ ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ଓ ଗରିବ କଲ୍ୟାଣ ଯୋଜନା ମାଗଣା ଗ୍ୟାସ ତାଙ୍କ ପାଖରେ ଅପହଞ୍ଚି । କରୋନା ମହାମାରୀ ପରଠାରୁ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ନସିରୁଲା ଘରେ ବସିରହିଛନ୍ତି ,କରୋନା ମହାମାରୀ ରେ ସରକାର ମାଗଣାରେ ଚାଉଳ, ଟଙ୍କା ବଣ୍ଟନ କରୁଥିବା ବେଳେ ରାସନ କାର୍ଡ ନଥିବାରୁ ଏଥିରୁ ବଞ୍ଚିତ ହୋଇଛନ୍ତି, କେବଳ ମୃତାମାଆଙ୍କ ପୁରୁଣା ରେସନ କାର୍ଡ ଜରିଆରେ କେବଳ ନସିରୁଲାଙ୍କୁ ୫କିଗ୍ରା ଚାଉଳ ମିଳୁଛି,କିନ୍ତୁ ପରିବାର ନିଜସ୍ୱ ରେସନ କାର୍ଡ ନଥିବାରୁ ଏଥିରୁ ପରିବାରର ତିନିଜଣ ସଦସ୍ୟ ବଞ୍ଚିତ ହେଉଛନ୍ତି। ତତସହିତ ଚଳିତ ବନ୍ୟାରେ ପ୍ରଭାବିତ ହୋଇଥିଲେ ମଧ୍ୟ ସେମାନଙ୍କୁ ମିଳିନାହିଁ ଜରିପାଲ କି ରିଲିଫ ସାମଗ୍ରୀ, ନସିରୁଲା ପରିବାର ରହୁଥିବା ଘରଟି ଚାଳଛପର ହୋଇଥିବା ବେଳେ ବର୍ଷା ସମୟରେ ପାଣି ଗଳୁଥିବାରୁ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତରେ ବହୁଳମାତ୍ରାରେ ରିଲିଫ ବଣ୍ଟନ କରାଯାଇଥିଲା ବେଳେ ନାସିରୁଲା ବଞ୍ଚିତ ହୋଇଥିବାରୁ ମନଦୁଃଖ କରିଛନ୍ତି । ତେଣୁ କରୋନା ମହାମାରୀ ଓ ବନ୍ୟାପରେ ସରକାରୀ ସହାୟତା ଲୋକଙ୍କ ମୁଖ୍ୟ ସାହାରା ହୋଇଥିବା ବେଳେ ନସିରୁଲା ପରିବାର ଏବେ ଅସହାୟ ଓ ନିରୁପାୟ, କୌଣସି କାମଧନ୍ଦା ନଥିବାରୁ ବହୁ କଷ୍ଟରେ କଟୁଛି ଜୀବନ। ତେଣୁ ବ୍ଳକପ୍ରଶାସନ ଏଭଳି ପରିସ୍ଥିତିରେ ନସିରୁଲା ପରିବାରକୁ ପକ୍କାଘର, ରାସନ କାର୍ଡ ଓ ଏକ ପାଇଖାନା ବ୍ୟବସ୍ଥା କରିବା ସହ ତୁରନ୍ତ ଆସନ୍ତା ଲଘୁଚାପ ବର୍ଷା ପୂର୍ବରୁ ଏକ ଜରିପାଲ ଯୋଗାଇ ଦେବା ସହିତ ବନ୍ୟା ଜନିତ ରିଲିଫ ସାମଗ୍ରୀ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି। ସୂଚନା ଥାଉକି ଓଡିଶା ରିଲିଫ କୋଡର ଧାରା -୧୭୦ ଅନୁସାରେ ଗ୍ରାମପଞ୍ଚାୟତ ଅତିଗରିବ ଲୋକଙ୍କୁ ଚିହ୍ନଟକରି ରିଲିଫ ସାମଗ୍ରୀ ଯୋଗାଇ ଦେବାଭଳି ପଦକ୍ଷେପ ନେଇପାରିବେ ।

Related Posts

About The Author

Add Comment