“ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦାନ କଲେ ଯୁବ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର

Spread the love
କଟକ,(ସନ୍ଧାନ ନ୍ୟୁଜ୍) : ଭାରତୀୟ ସ୍ୱାଧୀନତା  ନିମନ୍ତେ ନିଜର ଜୀବନ,ଯୌବନ  ଏବଂ ଲହୁ ଓ ଲୁହର ସମିଶ୍ରଣରେ ଯେଉଁ ବୀର ଏବଂ ବିରଙ୍ଗନାଙ୍କ ଅବଦାନକୁ ଅବିସ୍ମରଣିୟ କରିବା ନିମନ୍ତେ ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ  “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଅମୃତ କଳସଯାତ୍ରାର ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଇତିହାସ ପ୍ରସିଦ୍ଧ ମାଟି ବରଗଡ ଜିଲ୍ଲାର ପବିତ୍ର ସ୍ଥାନରୁ ସଂଗୃହିତ ମାଟିକୁ ନେହେରୁ ଯୁବ କେନ୍ଦ୍ର ସଂଗଠନର ସଂଯୋଜନାରେ ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ତଥା ଯୁବ ସମାଜସେବୀ ଆଶୀର୍ବାଦ ମହାପାତ୍ର ଭୁବେନେଶ୍ୱରରୁ ସାଥି ସ୍ୱେଚ୍ଛାସେବୀଙ୍କ ସହ ଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ଅମୃତ ବାଟିକା ନିମନ୍ତେ ମାଟି ପ୍ରଦାନ କରି ଏକତା ଏବଂ ଅତୀତର ଅବିସ୍ମରଣୀୟ ସ୍ମୃତିକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l ଉକ୍ତ  ଭବ୍ୟ ଉତ୍ସଵ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱରା ଉଦ୍ଘାଟିତ ହେବା ସହ ମାଟିକୁ ନମନ ଏବଂ ବୀରଙ୍କୁ ବନ୍ଦନ ନିମନ୍ତେ ଶପଥ ନିଆଯାଇଥିଲା l ଉକ୍ତ ମହାନ୍ କାର୍ଯ୍ୟ ନିମନ୍ତେ ଯୋଗଦାନ ନେଇ ଅଞ୍ଚଳବାସି ଏବଂ ବୁଦ୍ଧିଜୀବୀ ଯୁବ ପ୍ରତଭା ଆଶୀର୍ବାଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଜିଲ୍ଲା ଯୁବ ଅଧିକାରୀ ରୋଶନ ଟଣ୍ଡନ ଓ ନେହେରୁ ଯୁବ କେନ୍ଦ୍ରର ଉପଦେଷ୍ଟା କମିଟି ସଦସ୍ୟ ତ୍ରିଲୋଚନ ଶତପଥି ସର୍ବଦା ଆଗକୁ ବଢିବା କୁ ପ୍ରେରଣ ଦେଇଛନ୍ତି ବୋଲି ଆଶୀର୍ବାଦ କହିଛନ୍ତି ।

Related Posts

About The Author

Add Comment