ମୋ ଓଡ଼ିଶା ନବୀନ ଓଡ଼ିଶା ଆର୍ଥିକ ସହାୟତା ଦିଆଯିବା ତଦନ୍ତ ପାଇଁ ଦାବି

Spread the love

ଯାଜପୁର ସଦର, ୦୮ା୦୭ (ସନ୍ଧାନ ନିଉଜ ): ମୋ ଓଡ଼ିଶା ନବୀନ ଓଡ଼ିଶା ୫୦ଲକ୍ଷ ଟଙ୍କା ପଂଚାୟତକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପଂଚାୟତ ମାନଙ୍କୁ ଦେଇଥିବା ବେଳେ, ଏହି ଆର୍ଥିକ ସହାୟତା କାର୍ଯ୍ୟ ବିଭିନ୍ନ ପଂଚାୟତରେ ଅନିୟମିତତା ହୋଇଚି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଂଚାୟତରେ ପ୍ରକଳ୍ପ ପାଇଁ ଦିଆଯାଇଥିବା ବଳେ, ବିଭିନ୍ନ ପଂଚାୟତରେ ସରପଂଚ ମାନେ ଅତି ନିମ୍ନମାନର କାମ କରିଥିବା ଦେଖିବାକୁ ମିଳିଚି । ଯାହାକି ଯାଜପୁର ଜିଲ୍ଲାକୁ ଆସିଥିବା ଅନୁଦାନ ବିଭିନ୍ନ ପଂଚାୟତରେ ଉନ୍ନତିମୁଳକ କାର୍ଯ୍ୟକରିବା ପାଇଁ ଦିଆଯାଇଥିଲା । ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ଏହି ଆର୍ଥିକ ସହାୟତା ବାଟ ମାରଣା କରାଯାଇଥିବା ଜଣାଯାଇଚି । ଅତିନମ୍ନ ମାନର କାର୍ଯ୍ୟ କରାଯାଇଥିବା ଜେଇ, ସରପଂଚ, ବ୍ଲକର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ତମର ଅଧେକୁ ଆମର ଅଧେ ଭାଗବଣ୍ଟା ଏବଂ କାର୍ଯ୍ୟ ନିମ୍ନମାନର କରି ଚତୁରତାର ସହିତ କାମ କରାଯାଇ ପକେଟ ଗରମ କରିଛନ୍‌ତି । ଏହାର ଯାଜପୁର ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଦାବି ହେଉଚି । ଯାହାକି ୫୦ଲକ୍ଷ ଟଙ୍କା ଆସିଥିବା ପଂଚାୟତ ମାନଙ୍କୁ କେତେ କାମ କରାଯାଇଚି । ଏହି ଦୃନିତ୍ତିରେ ବିଧାୟକ ମାନଙ୍କ ହାତଥିବା ଜଣାଯାଇଚି । ଏହାର ଉଚ୍ଚ ସ୍ତରିୟ ସିବିଆଇ ତଦନ୍ତ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଦନ୍ତ କରିବେକି? ତଦନ୍ତ କରାଗଲେ କେତେ ଟଙ୍କା ପଂଚାୟତରେ ଖର୍ଚ୍ଚ ହୋଇଚି ତାହା ସ୍ପଷ୍ଟ ହୋଇଯିବ ।

Related Posts

About The Author

Add Comment