ବାଲେଶ୍ଵର ୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ନିଳଗିରି ତହସିଲ ଅଞ୍ଚଳରେ ମୋରମ ମାଫିଆଙ୍କ ରାଜ୍ କୈାଣସି ଖାଦାନ ଅନୁମତି ପାଇ ନଥିଲେ ମଧ୍ୟ ବାରମ୍ବାର ମୋରମ ମାଫିଆମାନେ ଖଣି ଲୁଟ୍ କରୁଛନ୍ତି । ଆଜି ବ୍ରହ୍ମପୁର ପୋଲିସ ନଜରକୁ ଏହା ଆସିଥିଲା । ପୋଲିସ ଘଟଣାସ୍ଥଳରୁ ମୋରମ ବୋଝେଇ ଏକ ଟ୍ରାକ୍ଟର ଜବତ କରିଥିବା ବେଳେ ଘଟଣାସ୍ଥଳରୁ ୧୦ ଅଧିକ ଟ୍ରାକ୍ଟର, ୨ ଜେସିବି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଗାଡ଼ିକୁ ସିଜ କରି ଥାନାକୁ ଆଣିବା ସହିତ ଘଟଣା ସମ୍ପର୍କରେ ନୀଳଗିରି ତହସିଲଦାର ଅଶେଷ ନାୟକଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଆରଆଇ ଥାନାରେ ପହଞ୍ଚି ଗାଡ଼ିର କାଗଜପତ୍ର ଯାଞ୍ଚ କରିଛନ୍ତି । ଏହା ସହ ମୋରମ ଉଠୁଥିବା ସ୍ଥାନରେ ତଦନ୍ତ କରିଛନ୍ତି । ସୂଚନା ଥାଉକି ନୀଳଗିରି ତହସିଲ ଅଧିନସ୍ଥ ତେନ୍ତୁଳିଆ ପଞ୍ଚାୟତ ବାଉରୀଓରା ଗ୍ରାମରେ ସଂରକ୍ଷିତ ଜଙ୍ଗଲ ପଟାସ ଜଙ୍ଗଲରୁ ଆଜି ଦିନ ପ୍ରାୟ ୧୨ ଟା ସମୟରେ ୫ ରୁ ଅଧିକ ମାଫିଆ ୨ଟି ଜେସିବି ସାହାଯ୍ୟରେ ୧୦ ଟି ଟ୍ରାକ୍ଟରରେ ମୋରମ ଚାଲାଣ କରୁଥିଲେ । ବ୍ରହ୍ମପୁର ଆଇଆଇସି ପ୍ରଭଞ୍ଜନ ବେହେରା ପାଟ୍ରୋଲିଂ କରୁଥିବା ବେଳେ ତାଙ୍କ ନଜରରେ ଏହା ଆସିଥିଲା । ସେମାନଙ୍କୁ ଧରିବା ପୂର୍ବରୁ ମାଫିଆ ମାନେ ଫେରାର ହୋଇଯାଇଥିଲେ । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି ।
ମୋରମ ମାଫିଆଙ୍କ ଚ୍ୟାଲେଞ୍ଜ; ଖସିଗଲେ ୧୦ ଟ୍ରାକ୍ଟର ଓ ଜେସିବି
|
July 25, 2020 |