ମୋବାଇଲ ଫୋନ ପିଲାଙ୍କ ପାଇଁ ହେଲା କାଳ

Spread the love

ସୁନ୍ଦରଗଡ ତା: ୩୦/୪/୨୦୨୩(ସନ୍ଧାନ ନିଉଜ/ ରାଜୁ ପଟେଲ)ମୋବାଇଲ ର ପରିଣାମ ସ୍ୱରୂପ ୧୦ ରୁ ୧୫ ପ୍ରତିଶତ ପିଲା ଯେଉଁମାନେ ସ୍କୁଲରେ ଚଷମା ପିନ୍ଧିକି ଆସୁଛନ୍ତି । ମାତ୍ର ପିଲା ମାନଙ୍କର ୩ ଟି ବିକାଶ ଭଲ ଭାବରେ ହେବା ଦରକାର ଯଥା ମାନବିକ ବିକାଶ, ବୌଦ୍ଧିକ ବିକାଶ, ଶାରୀରିକ ବିକାଶ । ମାତ୍ର ଆମ୍ଭେ କଣ କରୁଛେ ? ମାତ୍ର ଆମ୍ଭେ ମାନସିକ ବିକାଶ କୁ ଗୋଟେ ମୋବାଇଲ ମଧ୍ୟରେ ସୀମିତ ରଖିଲୁ, ଶାରୀରିକ ବିକାଶ ହେଲା କାରଣ ସେ ଖାଲି ଖାଇଲା, ଏଥିପାଇଁ ଯେ ମୋବାଇଲ ଦେଖିଲେ ସେ ଖାଇ ଦେଉଛି ଏବଂ ବୌଦ୍ଧିକ ବିକାଶ ଆଦୌ ନାହିଁ ।ମାତ୍ର ଆଜିଭଳି ଦିନରେ ୧୦୦ ଟଙ୍କା ରୋଜଗାର କରିବା ବହୁତ କଷ୍ଟ । ଆଉ ଏହି ପରିସ୍ଥିତି ରେ ଯଦି ଆମ୍ଭେ ପିଲାଙ୍କୁ ବୌଦ୍ଧିକ ବିକାଶ ସଠିକ ନ କରାଇବା ତେବେ ସେ କେବଳ ମୋବାଇଲ ମଧ୍ୟରେ ସୀମିତ ରହିବ । ଏହାଦ୍ଵାରା ସେମାନେ କାହା କଥା ଶୁଣିବେ ନାହିଁ ।ମା ଯେତେ ସମୟ ପାଉଛନ୍ତି ପିଲାଙ୍କ ସହିତ ଖେଳିବାର ଅଛି । ସମୟ ପାଇଲେ ପିଲାଙ୍କୁ ନେଇ ପାର୍କ କୁ ଜାଆନ୍ତୁ । ଏହା ସହିତ ଅନ୍ୟ ମାନଙ୍କ ସହିତ ମିଶାନ୍ତୁ । ପଡିଶା ଘରେ ଯେଉଁ ପିଲା ଅଛନ୍ତି ତାଙ୍କ ସାଙ୍ଗରେ ତାଙ୍କୁ ଟିକିଏ ଖେଳିବାକୁ ଦିଅନ୍ତୁ । ମନେ କରି ଅଧିକ ସମୟ ମୋବାଇଲ ଫୋନ ସେମାନଙ୍କୁ ଦିଅନ୍ତୁ ନାହିଁ ଏହାଦ୍ଵାରା ସେମାନଙ୍କର ଆଖି ମଧ୍ୟ ଖରାପ ହୋଇଥାଏ ।ଏଣୁ ଛୋଟ ବୟସରୁ ହିଁ ସେମାନଙ୍କୁ ଚଷମା ପିନ୍ଧିବାକୁ ପଡିଥାଏ ।

Related Posts

About The Author

Add Comment