ନୂଆଦିଲ୍ଲୀ, ୧/୨(ସନ୍ଧାନ ନିୟୁଜ) ମୋଦୀ ସରକାରଙ୍କର ଶେଷ ବଜଟରେ କରଦାତାଙ୍କୁ ବଡ଼ ଉପହାର ମିଳିଛି। ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟାଲ ବଜେଟ ଆଗତ କରି କହିଛନ୍ତି କି ଏବେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ସେ ସ୍ପଷ୍ଟ କରିଛନ୍ତି କି ଯଦି ଇନଭେଷ୍ଟମେଣ୍ଟ ସହିତ ଆପଣଙ୍କ ଆୟ ସାଢ଼େ ଛଅ ଲକ୍ଷ ଟଙ୍କା, ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଅର୍ଥ ମନ୍ତ୍ରୀ ମଧ୍ୟ ରେକର୍ଡ ଇନକମ ଟ୍ୟାକ୍ସ କଲେକ୍ସନ ହୋଇଥିବା କଥା କହିଛନ୍ତି। ସେହିପରି ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୪୦ ହଜାର ଟଙ୍କାରୁ ବଢ଼ାଇକରି ୫୦ ହଜାର ଟଙ୍କା କରାଯାଇଛି। ଟ୍ୟାକ୍ସ କଲେକ୍ସନ ୧୨ ଲକ୍ଷ କୋଟି ହୋଇଛି ଏବଂ ୬.୮୫ କୋଟି ଲୋକ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
ମୋଦୀ ସରକାରଙ୍କର ଶେଷ ବଜଟରେ କରଦାତାଙ୍କୁ ଫାଇଦା: ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ନାହିଁ
|
February 1, 2019 |



