ମୈାସୁମୀ ଉଭାନ୍; ଖିଲା ପଡିଛି ଏକର ଏକର ଜମି

Spread the love

ବାରିପଦା, ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ମୈାସୁମୀ ଉଭାନ୍ , ଆଷାଢ ମାସ ଯାଇ ଧାରା ଶ୍ରାବଣମାସ ଅଧା ଗଲାଣି । ହେଲେ ବର୍ଷାର ଦେଖା ନାହିଁ । କେଉଁଠି କେମିତି ବର୍ଷା ହେଉଛି ଯେ ତାହା ଚାଷକାମ ପାଇଁ କମ୍ ପଡୁଛି । ନିୟମିତ ବର୍ଷା ହେଉନି । ମୂଷକ ଧାରାରେ ବର୍ଷାରେ ନହେଲେ ଚାଷକାମ ଆଗେଇ ପାରିବନାହିଁ । ଚାଷୀ କେବଳ ଆକାଶର କଳାହାଣ୍ଡିଅ ମେଘକୁ ଚାହିଁ ରହୁଛି । ବର୍ଷା ହେଉନି । ଚାଷକାମ ଠପ୍ ପଡି ଯାଇଥିବାରୁ ଚାଷୀ ମଧ୍ୟ ହତାଶ ହୋଇଗଲେଣି । ଏପରି ସ୍ଥିତିରେ ରାଇରଙ୍ଗପୁର ଅଂଚଳର ଏକର ଏକର ଜମି ଶୁଖିଲା ପଡିଛି । ଆଗକୁ ବର୍ଷା ନ ହେଳେ ଚାଷକାମ କେମିତି ହେବ ସେନେଇ ଚାଷୀ ମଧ୍ୟରେ ଏବେ ଭାଳେଣି ପଡିଲାଣି ।
ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ଜୁନ୍ ମାସ ଯାଏଁ ବର୍ଷା ହୋଇଥିଲା । ଏଥିଯୋଗୁଁ ଗ୍ରୀଷ୍ମଋତୁରେ କମ୍ ଗରମ ଅନୁଭୂତ ହୋଇଥିଲା । ମାତ୍ର ଏବେ ଆଷାଢ ଓ ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ବିଶ୍ୱ ମହାମାରୀ କରୋନା ଭୂତାଣୁ ଯୋଗୁଁ ପ୍ରବାସୀ ମାନେ ଘରକୁ ଫେରି ଚାଷ କରିବା ପାଇଁ ଆଶାବାଦୀ ଥିଲେ । ନିୟମିତ ବର୍ଷା ହେଉ ନଥିବାରୁ ଚାଷ କଣ କରିବେ କେବଳ ଆକାଶକୁ ଚାହିଁ ଚାହିଁ ହତାଶ ହୋଇ ବସିଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ମୈାସୁମୀ ଆସିବ ବୋଲି ଚାଷୀକୁଳ ବ୍ୟସ୍ତ ହୋଇ ବିଲରେ କିଏ ଧାନ ବୁଣିଲା ତ ପୁଣି କିଏ ତଳି ପକାଇଲା । କିନ୍ତୁ ମୈସୁମୀର ଦେଖା ନାହିଁ । କିଛି ଚାଷ କାମ ଆଗରୁ ଲଘୁଚାପଜନିତ ବର୍ଷା ରେ କିଛି ଚାଷ କାମ ଆଗେଇ ଥିଲା ବେଳେ ବର୍ତମାନ ଚାରିଆଡେ ବିଲ ଶୁଖିଲା ପଡିଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମଋତୁରେ ବର୍ଷା ଯୋଗୁଁ ଉପଖଣ୍ଡର ବିଭିନ୍ନ ନଦୀବନ୍ଧରୁ ୨ ଥର ଲେଖାଏଁ ଜଳ ନିଷ୍କାସନ କରାଯାଥିଲା । କେବଳ ଜଳସେଚନ ବ୍ୟବସ୍ଥା ଥିବା ଅଂଚଳରେ ଚାଷ କାମ ଚାଲିଥିଲା । ବାକି ଅଂଚଳରେ ଚାଷୀ ହାତ ବାନ୍ଧି ବସିଛନ୍ତି । ବର୍ଷା ନ ହେବା ଫଳରେ ଧାନଚାଷ ଉପରେ ନିର୍ଭର କରୁଥିବା ଉପଖଣ୍ଡର ଚାଷୀମାନେ ନିରାଶ ହୋଇ ପଡିଛନ୍ତି । କେତେକ ଖାଲୁଆ ଜମିରେ ଲୋକେ ଅତି କଷ୍ଟରେ ବିଲକାମ କରୁଛନ୍ତି । ବର୍ଷା ଅଭାବ ଯୋଗୁଁ ଚାଷୀ ବିଲକୁ ନଯାଇ ଘରେ ବସି ରହିଛି । ଚାଷଜମିରେ ଗୋରୁ ଛେଳି ଚରିବା ଆରମ୍ଭ କଲେଣି । ଯେଉଁ କେତେକ ଜମିରେ ରୁଆ କିମ୍ବା ବିହୁଡା ହୋଇଛି । ତାହା ଶୁଖିବାକୁ ଆରମ୍ଭ ହେଲାଣି । କାଁ ଭାଁ କିଛି ଜାଗାରେ ଉଠା ଜଳସେଚନ ବ୍ୟବସ୍ଥା ଥିବାବେଳେ ଅଧିକାଂଶ ଅଚଳ ଅଛି । ଉଠା ଜଳସେଚନ ବ୍ୟବସ୍ଥା ନ ଥିବା ଅଂଚମରେ ଚାଷୀ ମୈାସୁମୀ ବର୍ଷା ଉପଦା ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ବର୍ଷା ଅଭାବରୁ ଉପଖଣ୍ଡର ତିିରିଂ, ବହଳଦା , ରାଇରଙ୍ଗପୁର, କୁସୁମୀ,ଜାମଦା,ବିଶୋଇ,ବ୍ଲକ ଅଂଚଳର ହଜାର ହଜାର ଏକର ଜମି ପଡିଆ ପଡିଛି ।
ଆଗକୁ ଆବଶ୍ୟକ ମୁତାବକ ବର୍ଷା ନ ହେଲେ ଚଳିତ ବର୍ଷ ଖରିଫ୍ ଧାନଚାଷ ପାଇଁ ବଡ ସମସ୍ୟା ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଉପଖଣ୍ଡ ସମସ୍ତ ଉଠା ଜଳସେଚନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ଓ ପାଣି ପଂଚାୟତଗୁଡିକୁ ସକ୍ରିୟ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

Related Posts

About The Author

Add Comment