ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ନିଆଁରେ ପୋଡି ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ମେଡ଼ିସିନ୍

Spread the love

ବାଲେଶ୍ବର, ୨୬/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) : ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ। ବାଲେଶ୍ବର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ନିକଟସ୍ଥ ଶାରଳା ମେଡିକାଲ ଷ୍ଟୋରରେ ନିଆଁ ଲାଗି ଯାଇଥିଲା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଯାଇଛି । ପ୍ରତ୍ୟେକ ଦିନ ଭଳି ରାତି ୧୧ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ଏହି ନିଆଁ ଲାଗିଥିଲା । ସର୍ଟସାର୍କଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି କୁହାଯାଉଛି । ତେବେ ହସ୍ପିଟାଲରେ ଥିବା ରୋଗୀ ସମ୍ପର୍କୀୟମାନେ ନିଆଁ ଦେଖୁ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଏବଂ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନ ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ମେଡିସିନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି।

Related Posts

About The Author

Add Comment