ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବି, ଭଦ୍ରକରେ 12 ଘଣ୍ଟିଆ ବନ୍ଦ

Spread the love

ଭଦ୍ରକ, 11.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଭଦ୍ରକରେ ସରକାରୀ ମେଡିକାଲ୍ କଲେଜପ୍ରତିଷ୍ଠା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଛି।ଆଜି ସକାଳ ୬ଟାରୁ ବନ୍ଦ ପାଳନ ହୋଇଥିଲା। ସହରର ଦୋକାନବଜାର ସହ ସରକାରୀ ଅଫିସ, କୋର୍ଟ, କଚେରି ଆଦି ବନ୍ଦ ରହିଥିଲା।ବନ୍ତଛକ, ପୁରୁଣାବଜାର, ଚରମ୍ପା ଛକ, ଚରମ୍ପା ଷ୍ଟେସନ ବଜାର, ଅପବନ୍ଧାଠାରେ ଆନ୍ଦୋଳନ କରାଯାଇଥିଲା। ୧୬ ନମ୍ବର ଜାତୀୟରାଜପଥ ଅବରୋଧ ହେବାରୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତହୋଇଥିଲା। ସହରର ଉଭୟ ପ୍ରାନ୍ତ ମୁଖ୍ୟ ରାସ୍ତାରେ ହଜାର ହଜାର ଗାଡ଼ିଠିଆ ହୋଇ ରହିଥିଲା। ଏହି ବନ୍ଦରେ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନକମିଟି ସହ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ତଥା ରାଜନୈତିକ ଦଳମଧ୍ୟ ସାମିଲ ହୋଇଥିଲେ। କଂଗ୍ରେସର ଜିଲ୍ଲା ସଭାପତିଅସରଫ ମହାନ୍ତି ସୁବ୍ରତ, ନାରାୟଣ ଅଲ୍ଲୀ ଦାସ, କଂଗ୍ରେସ ଖାଁ ଚନ୍ଦ୍ର, ସେ ନେତା ପାଢ଼ୀ, ମୁକିତ ସମଧାନୀ ରାଜକିଶୋର ଖାଁ,, ନଳିନୀକାନ୍ତ ପୀତବାସ ସ୍ୱାଇଁ, ସ୍ବାଇଁ, ଆଇନଜୀବୀ ନିଶିକାନ୍ତ ନାୟକ, ଆଇନଜୀବୀପ୍ରଫୁଲ୍ଲ ସମାଲ, ଆଇନଜୀବୀ ଅନନ୍ତ ଗୋପାଳ ଦାସ, ମୀର୍ଜା ଏକ୍ରାମ ବେଗ, ସେ କଫିର ଉଦ୍ଦିନ, ଇଲିଆସଖାଁ, ସେ ଜିତୁ, ସେକ୍‌ ଲାଲୁଙ୍କ ସହ ହଜାର ହଜାରସଂଖ୍ୟାରେ କଂଗ୍ରେସ କର୍ମୀଙ୍କ ସହ ଇଣ୍ଡିଆନ ମେଡିକାଲଆସୋସିଏସନ୍‌ର ଭଦ୍ରକ ଜିଲ୍ଲା ସଂପାଦକ ଡା. ହରେକୃଷ୍ଣନାୟକ, ସଂଗ୍ରାମ ସେନାର ମୁଖ୍ୟ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବୈଲୋଚନ ବେହୁରିଆ, କିଷାନ ମଜଦୁର ସଂଘର ନେତାଭବେନ୍ଦ୍ର ସାହୁ ପ୍ରମୁଖ ବନ୍ଦରେ ନେତୃତ୍ବ ନେଇଥିଲେ।ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଜେଡିବିଧାୟକମାନେ ପାଟି ଖୋଳୁ ନଥିବାରୁ ଏହି ଅବସରରେସେମାନଙ୍କକୁଶପୁତ୍ତଳିକା ଦାହ କରାଯାଇଥିଲା।ଉଲ୍ଲେଖଥାଉ କି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିଗିଡ଼ି ଯାଇଛି।ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର କି କର୍ମଚାରୀନାହାନ୍ତି। ଭଦ୍ରକ ଡାକ୍ତରଖାନାରେ ଟ୍ରମା ସେଣ୍ଟରଠାରୁ।ଆରମ୍ଭ କରି ଭେଣ୍ଟିଲେଟର ପର୍ଯ୍ୟନ୍ତ; କିଛି ଚାଲୁନାହିଁ।ରୋଗୀଙ୍କ ଜୀବନ ଏଠି ମୂଲ୍ୟହୀନ ହୋଇପଡ଼ିଛି।ସେହିପରି ଭଦ୍ରକର ପୁରୁଣାବଜାର ଡାକ୍ତରଖାନାରେଡାକ୍ତର ନାହାନ୍ତି କି କର୍ମଚାରୀ ନାହାନ୍ତି। ଜିଲ୍ଲାର ବାକିବ୍ଲଗଉଡ଼ିକରେ ଥିବା ଡାକ୍ତରଖାନାଗୁଡିକରେ ଡାକ୍ତରପଦ ଖାଲି ପଡ଼ିଛି। ତେବେ ଆଗାମୀ ଦିନରେ ରାଜ୍ୟସରକାର ଭଦ୍ରକବାସୀଙ୍କ ଦାବି ମାନି ଏଠାରେ ମେଡିକାଲ୍କଲେଜ ସ୍ଥାପନ ନକଲେ ରାଜଧାନୀରେ ଜୋରଦାରଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟିପକ୍ଷରୁ ଚେତାବନୀ ଦିଆଯାଇଛି।

Related Posts

About The Author

Add Comment