ମେଡିକାଲକୁ ଆଣୁଥିବା ବେଳେ ରାସ୍ତାରେ ମୃତ୍ୟୁ

Spread the love
ରାଇରଙ୍ଗପୁର୨୯/୦୮/୨୦ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢଳ ଗ୍ରାମର ଜନୈକ ବ୍ୟକ୍ତି ବିଜୟ ନାଏକଙ୍କର ୨୮ରିଖ ଶୁକ୍ରବାର ଦିନ ଜ୍ବର ଆରମ୍ଭ ହୋଇଥିଲା । ୨୯ରିଖ ଶନିବାର ହଟାତ ବିଜୟ ଙ୍କ କଳା ରଙ୍ଗର ବାନ୍ତି ହୋଇଥିଲା । ଏହା ଦେଖି ପରିବାର ଲୋକେ ରାଇରଙ୍ଗପୁର ଉପ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଉଥିବା ରାସ୍ତାରେ ବିଜୟଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ଦୁଇଟି ପୁଅ ଏବ° ଏକ ଝିଅ ବୋଲି ଜଣାପଡିଛି । ଗୃହ ର ସାହାରା ଏକମାତ୍ର ବିଜୟ ସେ ଚାଲି ଯିବାରୁ ବର୍ତ୍ତମାନ ଘର ର ସମସ୍ତ ଲୋକ ବେସାହାରା ହୋଇ ପଡିଛନ୍ତି ।
ରିପୋର୍ଟ- ପରେଶ ଷଡ଼ଙ୍ଗୀ

Related Posts

About The Author

Add Comment