ଯାଜପୁର ସଦର, ୦୯ା୦୨: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଂଚାୟତ ଐତିହାସିକ ପୁରାତନ ସିଦ୍ଧ ବଳଦେବ ଜୀଉ ମନ୍ଦିରରୁ ୬ଟି ଅଷ୍ଟଧାତୁ ଚୋରୀ ଘଟଣାକୁ ୩ମାସ ବିତିଯାଇଥିଲେ ମଧ୍ୟ ମୃର୍ତ୍ତି ଉଦ୍ଧାର କରାଯିବା ପାଇଁ ବାରମ୍ବାର ସିଦ୍ଧ ବଳଦେବା ଜୀଉ ମନ୍ଦିର ଟ୍ରଷ୍ଟି ବିନୋଦ କରୁମାର ଦାଶ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ମୃର୍ତ୍ତି ଚୋରୀ ଘଟଣା ଉପରେ ପୂର୍ବତନ ଏସ୍ପି ଡ. ରାହୁଲ ପିଆର ତଦନ୍ତ କରି ଯାଇଥିଲେ । ଏହା ମଧ୍ୟରେ ଟ୍ରଷ୍ଟି ବିନୋଦ କୁମାର ଦାଶ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ପ୍ରଶାସନକୁ ଶ୍ରୀ ଦାଶ ନିବେଦନ କରିଥିଲେ ହିନ୍ଦୁ ଧର୍ମର ନିୟମ ଅନୁ ୧୨ ମାସରେ ୧୩ ପର୍ବ ପାଳନ ହେଉଥିବା ବେଳେ ପାଟପୁର ସିଦ୍ଧ ବଳଦେବ ଜୀଉ ମନ୍ଦିରରେ କୌଣସି ପର୍ବ ପର୍ବାଣୀ କରାଯାଉ ନଥିବାରୁ ଭକ୍ତମାନଙ୍କ ମହଲରେ ନ୍ୟରାସ୍ୟ ଦେଖା ଦେଇଚି । ଯାହା ମୃର୍ତ୍ତି ଉଦ୍ଧାର କରାଯିବା ଲାଗି ଧର୍ମଶାଳା ଥାନା ପୋଲିସ ଧର୍ମଶାଳା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରୁ ଫେରିବା ପରେ ମୃର୍ତ୍ତି ଚୋରୀ ସମ୍ପର୍କରେ କୌଣସି ସୁରାଗ ମିଳିନଥିବା ବେଳେ, ଜିଲ୍ଲା ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ଭାବରେ ଛିଡ଼ା ହୋଇଚି । ଏହି ମୃର୍ତ୍ତି ଶିଘ୍ର ଉଦ୍ଧାର କରାଯିବା ପାଇଁ ଡିଜିପିଙ୍କ କଡ଼ା ନିର୍ଦ୍ଧେଷ ଥିବା ବେଳେ, ଦେବତ୍ତୋର କମିଶନ ଯାଜପୁର ଏସପିଙ୍କୁ ଦିଆଯାଇଚି । ଏଠାରେ ସୂଚନା ଯୋଗ୍ୟ ନଭେମ୍ବର ମାସ ୧୧ ତାରିଖ ବିଳମ୍ବିତ ରାତିରେ ଦୃବୁର୍ତ୍ତ ମାନେ ଏହି ଅଷ୍ଟଧାତୁ ମୃର୍ତ୍ତି ଗୁଡ଼ିକୁ ମନ୍ଦିରର କବାଟ ଭାଙ୍ଗି ଲୁଟି ନେଇଥିଲେ । ଚୋରୀ ହୋଇଥିବା ମୃର୍ତ୍ତି ଗୁଡ଼ିକ ଓଜନ ୯୦ କିଲୋରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାଯାଇଚି । ଏହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ବିନୋଦ ଦାଶ ଏତଲାରେ ଦର୍ଶାଇଛନ୍ତି । ନଭେମ୍ବର ୧୨ ତାରିଖରେ ଧର୍ମଶାଳା ଥାନାରେ ବିନୋଦ ଦାଶ ଏତଲା ଦେଇଥିଲେ । ଧର୍ମଶାଳା ପୋଲିସ ୬୦୯/୨୨ ରେ ମାମଲା ରୁଜୁ କରି ତଦନ୍ତ କରୁଥିଲେ । ସାଇଣ୍ଟିଫିକ ଟିମ କୁକୁର ସହାୟତା ନିଆଯାଇଥିଲା । ଟ୍ରଷ୍ଟି ଦାଶଙ୍କ ଅନୁରୋଧ ଦେବତ୍ତୋର କମିଶନର, ଯାଜପୁର ଜିଲ୍ଲା ଏସପି, ଧର୍ମଶାଳା ଥାନା ଅଧିକାରୀ ଏବଂ ଆସିଷ୍ଟାଣ୍ଡ କମିଶନରଙ୍କୁ ନଭେମ୍ବର ୧୯ ଜାନୁୟାରୀ ୫ ତାରିଖ ଚିଠି ନମ୍ବର ୯୪, ୫୯, ୧୬ ରେ ଚିଠି ପ୍ରେରଣ କରାଯିବା ସହିତ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିବା ପାଇଁ ଚୋରୀ ହୋଇଥିବା ମୃର୍ତ୍ତି ଉଦ୍ଧାର କରିବା ପାଇଁ ଘଟଣାର ସମ୍ପୁର୍ଣ୍ଣ ଅଗ୍ରଗତି ପାଇଁ ନିର୍ଦ୍ଧେଷ ଦେଇଥିବା ଶ୍ରୀ ଦାଶ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତଦନ୍ତ କରୁଥିବା ଧର୍ମଶାଳା ଥାନାର ତଦନ୍ତ ଅଧିକାରୀ ବ୍ରହ୍ମବରଦା ଥାନାକୁ ବଦଳି ହୋଇ ଥିବା ବେଳେ, ମନ୍ଦିର ଟ୍ରଷ୍ଟି ବିନୋଦ ବିହାରୀ ଦାଶ ପ୍ରତ୍ନତତ୍ୱ ବିଭାଗ, ଡିଜି, ଆଇଜି, ସିବିଆଇ ବିଭାଗ, ତାଲିମନାଡୁ ଆଇଡଲ ଉଇନ ସିଆଇଡିର ଡିଜି ଏବଂ ଆଇଜି, କ୍ରାଇମ ବ୍ରାଞ୍ଚ ଡିଜି, ସର୍ବ ଭାରତୀୟ ସ୍ତରର ସମସ୍ତ ଜୋନର ଡିଜି ଏବଂ ଆଇଜି ପ୍ରମୁଖଙ୍କୁ ଇମେଲ ଜରିଆରେ ଅବଗତ କରାଇବା ସହିତ ତଦନ୍ତରେ ସହଯୋଗ କରିବା ପାଇଁ ଶ୍ରୀ ଦାଶ ଅନୁରୋଧ କରିଚନ୍ତି । ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏକ ସ୍ୱତନ୍ତ୍ର ଇମେଲ ମାଧ୍ୟମରେ ଡିଜିପିଙ୍କୁ ତଦନ୍ତକୁ ଆହୁରି ଗତିଶୀଳ କରିବା ପାଇଁ ନିର୍ଦ୍ଦେଷ ଦିଆଯାଇଥିଲା । ଫେବୃୟାରୀ ୧ ତାରିଖରେ ମନ୍ଦିର ଟ୍ରଷ୍ଟି ଶ୍ରୀ ଦାଶ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟ କରିବା ସହିତ ଘଟଣାର ତଦନ୍ତ ପ୍ରକ୍ରିୟାକୁ ସକ୍ରିୟ କରିବା ପାଇଁ ଅନୁରୋଧ କରିଥିଲେ । ପୋଲିସ ଅତିରିକ୍ତ ଡିଜିପି ଯାଜପୁର ଏସପିଙ୍କ ସହିତ ଫୋନରେ କଥା ହେବା ସହିତ ତଦନ୍ତକୁ କଡ଼ାକଡ଼ି କରିବା ସହିତ ତଦନ୍ତ ରିପୋର୍ଟ ଯଥାଶିଘ୍ର ଦାଖଲ କରିବା ପାଇଁ ଚିଠି ନମ୍ବର ୨୦୨୩୧, ୬୬୯୪୮ ରେ ଉଲ୍କେଖ କରି ଯାଜପୁର ଏସପିରକୁ ଚିଠି ପଠାଯାଇଚି ବୋଲି ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୃର୍ତ୍ତି ଉଦ୍ଧାର କରାଯିବା ପାଇଁ ଡିଜିପି ନିର୍ଦ୍ଦେଷ ଦେଲେ
|
February 10, 2023 |



