ବାରିପଦା, 01.12.2020 (ଲିଙ୍ଗରାଜ ପଣ୍ଡା)-ଜଣେ ଏକାଦଶ ଶ୍ରେଣୀର ସ୍କୁଲ ଛାତ୍ର(୧୮)ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ମା କଳ୍ପନା ମାଣ୍ଡିଙ୍କ ଅଭିଯୋଗକ୍ରମେ ସ୍ଥାନୀୟ ସଦର ଥାନାରେ ରୁକୁ ହୋଇଥିବା ଅପମୃତ୍ୟୁ ମାମଲାଟି ସାତ ଦିନ ପରେ ହତ୍ୟାକାଣ୍ଡ ମାମଲାରେ ରୂପାନ୍ତରିତ ହୋଇଛି ଏନେଇ ଥାନାରେ ୧୫9/୨୦ ନମ୍ବରର ଏକ ମାମଲା ୩୨୦ଦଫାରେ ରୁଜୁ ହେବା ୮ ସହିତ ପୁଲିସ ସବ୍ଇନ୍ସପେକ୍ଟର ସନ୍ତୋଷ ବିଶୋୟୀଙ୍କ ଦ୍ବାରା ତଦନ୍ତ ଚାଲିଛି। ପ୍ରକାଶ ଯେ ସଦର ଥାନା ଇଲାକାର ବାଉରା ଗ୍ରାମର ବିଲରେ ଥିବା କରମ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ନେଇ ଗତ ୨୩ ତାରିଖରେ ୫୬/୨୦ ନମ୍ବରର ଏକ ଅପମୃତ୍ୟୁ ମାମଲା ସଦର ଥାନାରେ ରୁଜୁ ହୋଇଥିଲା କିନ୍ତୁ ମୃତଦେହକୁ ମା’ ତଥା ଅଭିଯୋଗକାରିଣୀ କଳ୍ପନା ମାଣ୍ଡି ତାଙ୍କ ନିଖୋଜ ପୁଅ କାମେଶ୍ଵର ବୋଲି ଚିହ୍ନଟ କରିଥିଲେ ଏ ସଂପର୍କରେ ପୁଲିସ ପକ୍ଷରୁ ମଧ୍ୟ ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ଅଭିଯୋଗକାରିଣୀ ଶ୍ରୀମତୀ ମାଣ୍ଡିଙ୍କ ନିଜ ଘର ବିଶୋଇ ଥାନା ଅନ୍ତର୍ଗତ ରାଲିଆବନ୍ଧ ଗ୍ରାମର ଏବଂ ତାଙ୍କ ସ୍ଵାମୀ ଦୁଃଖୁରାମ ମାଣ୍ଡି ନାଗାଲାଣ୍ଡରେ ସିଆରପିଏଫରେ କାର୍ଯ୍ୟ କରନ୍ତି । ଏଣୁ ତାଙ୍କ ପୁଅ କାମେଶ୍ବରଙ୍କୁ ବାରିପଦାସ୍ଥ କନଭେଣ୍ଟ ସ୍କୁଲରେ ପଢାଇବା ସକାଶେ ରଘୁନାଥପୁରଠାରେ ଏକ ଭଡାଘରେ ପୁଅଙ୍କ ସହିତ ରହୁଥିଲେ ଗତ ୨୩ ତାରିଖ ପୂର୍ବାହ୍ନରେ ତାଙ୍କ ପୁଅ ନିଜର ବନ୍ଧୁମାନଙ୍କୁ ଦେଖା କରିବା ସକାଶେ ଜାତୀୟ ରାଜପଥ ପାର୍ଶ୍ୱ ପେଟ୍ରୋଲ ପମ୍ପ ନିକଟକୁ ଯାଇ ଫେରି ନ ଥିଲେ ଏବଂ ସେହି ଦିନ ଅପରାହ୍ନରେ ପୁଅଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖୁବାକୁ ପାଇଥିଲେ।