ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଭେଟିବାକୁ ଆସୁଥିବା ଜାତିସଂଘ ଅଧିକାରୀଙ୍କ ଭିସାକୁ ରଦ୍ଦ କଲା ପାକ

Spread the love

ଇସ୍‌ଲାମ୍‌ବାଦ, ୭/୩ (ସନ୍ଧାନ ନିୟୁଜ): ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଭେଟିବାକୁ ଆସୁଥିବା ଜାତିସଂଘ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀର ଭିସାକୁ ପାକିସ୍ତାନ ରଦ୍ଦ କରି ଦେଇଛି। ହାଫିଜ ସଇଦ୍‌ ସଂଗଠନକୁ  ନିଷିଦ୍ଧ ତାଲିକାରୁ  ହଟାଇବା ପ୍ରସ୍ତାବ ପାଇଁ ସାମ୍ନାସାମ୍ନି ସାକ୍ଷାତକାର ଅନିବାର୍ଯ୍ୟ ନୁହେଁ ବୋଲି କହି ପାକିସ୍ତାନ ଏହାକୁ ରୋକି ଦେଇଛି।

ସୂଚନାଯୋଗ୍ୟ, ହାଫିଜ ସଇଦ ପକ୍ଷରୁ ୟୁଏନ୍‌ଏସ୍‌ସି ୧୨୬୭ ପ୍ରତିବନ୍ଧ ସୂଚୀରୁ ନିଜର ନାମ ହଟାଇବା ପାଇଁ ଏକ ନୂଆ ପ୍ରସ୍ତାବ ଅଣାଯାଇଥିଲା। ଏହା ସଂଯୁକ୍ତ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ ଆତଙ୍କବାଦୀ ସଂଗଠନର ଏକ ସୂଚୀ । ଏହାପରେ ୟୁଏନ୍‌ର ଅଧିକାରୀ ଏକ ସାମ୍ନାସାମ୍ନି ସାକ୍ଷାତକାର ପାଇଁ ପାକିସ୍ତାନ ଯାଇ ଥାଆନ୍ତେ। ଏଥିପାଇଁ ଅଧିକାରୀ ନ୍ୟୁୟର୍କସ୍ଥିତ ପାକିସ୍ତାନରେ ବାଣିଜ୍ୟ ଦୂତାବାସରେ ଆବେଦନ କରିଥିଲେ। କିନ୍ତୁ ପାକିସ୍ତାନ ତାଙ୍କ ଭିସା ଆବେଦନକୁ ବାତିଲ୍‌ କରି ଦେଇଛି।

ଏହା ପୂର୍ବରୁ ପାକିସ୍ତାନ ବୁଧବାର ପ୍ରତିବନ୍ଧିତ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାଷ୍ଟର ମାଇଣ୍ଡ ହାଫିଜ ସିଇଦଙ୍କ ନେତୃତ୍ୱରେ ଥିବା ଜମାତ-ଉଦ-ଦାବା ଓ ଏହାର ଶାଖା ଫଲାହ-ଇ-ଇନ୍‌ସାନିୟତ ଫାଉଡେଣ୍ଡସନ୍‌ (ଏଫ୍‌ଆଇଏଫ୍‌) ସହିତ ସମ୍ବନ୍ଧିତ କୌଣସି ସଦସ୍ୟ ଓ ସେମାନଙ୍କ ସମ୍ପତ୍ତିକୁ ନିଜ ଆୟତ୍ତକୁ ନେଇ ଯାଇଛି।

Related Posts

About The Author

Add Comment