ମୁଣ୍ଢେନପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ

Spread the love

ସମ୍ବଲପୁର,( ସନ୍ଧାନ ନିଉଜ /ହେମନ୍ତ ଭଇଁଷା):ବିଦ୍ୟାଳୟର ରୂପ ବଦଳି ଗଲେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଏ ନାହିଁ। ବରଂ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଶିକ୍ଷାର୍ଥୀଙ୍କ ମଧ୍ୟରେ ଦକ୍ଷତା ବିକାଶ ହିଁ ଅସଲ ବିଦ୍ୟାଳୟର ପରିଚୟ ବୋଲି ଆଜି ମତ ପ୍ରକାଶ ପାଇଛି।ମୁଣ୍ଢେନପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବରେ ବକ୍ତାମାନେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି।ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ରଞ୍ଜନ କୁମାର ନାଥଙ୍କ ଆହ୍ୱାନ କ୍ରମେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରିବା ଓ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ କୁଚିଣ୍ଡାର ପୁର୍ବତନ ବିଧାୟକ ରବି ନାରାୟଣ ନାଏକ-ମୁଖ୍ୟଅତିଥି, ଷଣ୍ଡପଥର ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ତଥା ବିତ୍ତଅଧିକାରୀ ରାଜେନ୍ଦ୍ର କୁମାର ଜଗତ-ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦିଲ୍ଲିପ ବହିଦାର,ସମ୍ବଲପୁର ନର୍ସିଂ କଲେଜର ପରିଚାଳନା ନିର୍ଦ୍ଦେଶକ ରଘୁନନ୍ଦନ ନାୟକ ଯୋଗଦେଇ ଶିକ୍ଷାର୍ଥୀ ସଳିତା ହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘିଅ ଭଳି ପ୍ରଦୀପ ଦିପ୍ତୀର ନିଦର୍ଶନ ବୋଲି କହିଥିଲେ।ଏପରିକି ସଂସ୍କୃତି ଓ ପରମ୍ପରା ଶିକ୍ଷାର ମାନଦଣ୍ଡକୁ ଅଭିବୃଦ୍ଧି କରିଥାଏ ବୋଲି ଦର୍ଶାଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ଜ୍ୟୋତିର୍ମୟୀ ବାଗ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଅଞ୍ଚଳର ସାମାଜିକ କର୍ମୀ ଡା. ରାଜାରାମ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହାକୁ ଆଚାର୍ଯ୍ୟା ସଙ୍ଗୀତା ବେହେରା ପରିଚାଳନା କରିଥିଲେ। ସଭାପତି ସରୋଜ କୁମାର ନାଥ ଅତିଥି ପରିଚୟ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭା ସାଙ୍ଗ ହୋଇ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଆରୟାନ ବେସନ,ଓମ୍ ମିର୍ଧା ,ଅଦ୍ୟୁଶା ବେହେରା ଓ ପ୍ରତିକ ପ୍ରଧାନଙ୍କୁ ଚମ୍ପିଆନ ଭାବେ ଓ ଶ୍ରେଷ୍ଟ ଶିକ୍ଷାର୍ଥୀ ଭାବେ ଗୁନିଥ ପ୍ରଧାନ(ଅରୁଣା),ପିୟୁଷ ରାଜ ସାହୁ(ଉଦୟ),ତୋଶନ ଖମାରୀ-୧ମ, ସିନେ ପ୍ରିୟଦର୍ଶିନୀ ପ୍ରଧାନ-୨ୟ,ସମ୍ବିତ ଶେଖର ରାଉତ-୩ୟ,ବିଭବ କୁମାର ବେହେରା-୪ର୍ଥ,ଅଦ୍ୟାଶା ବେହେରା-୫ମ, ଲୁସୀ ପ୍ରଧାନ-୬ଷ୍ଟ,ସୌରଭ କୁମାର ବାଗ୍-୭ମ ଓ ବିନୟ କୁମାର ନାୟକ-୮ମଙ୍କୁ ପ୍ରମାଣପତ୍ର ଓ ସିଲ୍ଡ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା।

Related Posts

About The Author

Add Comment