ମୁଣ୍ଡମାଳରୁ ହତ୍ୟା କରିବା ଅଭିଯୋଗରେ ପ୍ରେମିକାର ବାପା ଭାଇ ଜେଲ ଗଲେ

Spread the love

ଯାଜପୁର ସଦର, ୦୪ା୦୩: ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ପ୍ରେମୀକାର ବାପା ଭାଇ ଶେଷରେ ଜେଲ ଯିବା ଘଟଣା ଏହି ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ ଯାଜପୁର ରୋଡ଼ ଥାନା ନିକଟସ୍ଥ ମୁଣ୍ଡମାଳରୁ ନିଖୋଜ ମାଧବ ମହାରଣା(୨୬) ହତ୍ୟା ଘଟଣାରେ ସମ୍ପୃକ୍ତ ଥିବାରୁ ଯାଜପୁର ରୋଡ଼ ଥନା ପୋଲିସ ଗିରଫ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରେମିକାର ବାପ ଏବଂ ଭାଇ କୁଆଖିଆ ଥନା ନିକଟସ୍ଥ ବାଲାଙ୍ଗୀ ଗ୍ରାମର ମଧୁନାୟକ(୮୦) ତାଙ୍କ ପୁଅ ଦିଗେଶ ନାୟକ(୨୫) ବୋଲି ଜଣାଯାଇଚି । ବାପ ପୁଅ ବ୍ୟବହାର କରିଥିବା ଲୁହା ସାବଳ, ରବର ଟିୱି ପୋଲିସ ଜବତ କରିଚି । ମାଧବ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବରେ ଯାଜପୁର ରୋଡ଼ ଥାନା ମୁଣ୍ଡମାଳ ଗ୍ରାମରେ ରହୁଥିବା ବେଳେ, ମାଧବଙ୍କ ବିବାହ ରଶ୍ମିତାଙ୍କ ସହିତ କରାଯାଇଥିଲା । ରଶ୍ମିତାକୁ ଉଚ୍ଚଶିକ୍ଷା ପଢ଼ାଇବା ପାଇଁ ମାଧବ ମଧୁବନ କଲେଜକୁ ନେଇକି ଯାଇଥିଲେ । ରଶ୍ମିତାଙ୍କର ବାଲାଙ୍ଗୀ ଗ୍ରାମର ଜଣେ ସହପାଠୀଙ୍କ ଘନିଷ୍ଠ ସର୍ମ୍ପକ ହୋଇଥିବା ବେଳେ, ପତ୍ନୀଙ୍କ ବନ୍ଧୁ ଭାବେରେ ମାଧବକୁ ତାଙ୍କ ପତ୍ନୀ ପରିଚୟ କରାଇ ଦେଇଥିଲା । ଏହାପରେ ରଶ୍ମିତା ନଫେରିବାରୁ ରଶ୍ମିତା ଫେରିବାରେ ବିଳମ୍ବିତ ହେବାରୁ ମାଧବ ପତ୍ନୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇ ପାରିନଥିଲା । ମାଧବ ନିଖୋଜ ଘଟଣାକୁ ନେଇ ମାଧବଙ୍କ ସ୍ତ୍ରୀ ରଶ୍ମିତା ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଯାଜପୁର ରୋଡ଼ ପୋଲିସ କୁଆଖିଆ ଥାନା ଅନ୍ତର୍ଗତ ବାଲାଙ୍ଗୀ ଗ୍ରାମରେ ପୋଲିସ ଚଢ଼ାଉ କରିଥିବା ବେଳେ, ଗ୍ରାମବାସୀ ମାନଙ୍କୁ ଏ ସର୍ମ୍ପକରେ ପୋଲିସ ପଚାର ଉଚରା କରିଥିଲେ । ପୋଲିସର ସନେ୍ଧହ ହେବାରୁ ଏହି ଘଟଣାକୁ ନେଇ ମାଧବ ପ୍ରେମିକା ସହିତ ସମ୍ପର୍କ ଗଢ଼ିଉଠିଥିଲା । ଏହି ଘଟଣା ଜଣା ପଡ଼ିବା ପରେ ରଶ୍ମିତା ଏବଂ ମାଧବଙ୍କ ଭିତରେ ମନମାଳିନ୍ୟ ଦେଖା ଦେଇଥିଲା । ଯାହକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସନେ୍ଧହ ଘନିଭୁତ ହୋଇଥିଲା । ଫେବୃଆରୀ ୨୬ ତାରିଖ ଦିନ ଏକ ଅଜଣା ଫୋନରୁ ମାଧବଙ୍କ ନିକଟକୁ ଫୋନ ଆସିଥିଲା । ଯାହାକୁ ନେଇ ସନେ୍ଧହ ହେବାରୁ କୁକୁର ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ଜେନାପୁର ଥାନା ବରମପୁର ଗ୍ରାମ ନିକଟସ୍ଥ ଏକ ଜରି ବସ୍ତାରୁ ମାଧବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏବଂ ମାଧବର ବାଇକକୁ ପୋଲିସ ଜବତ କରିଥିଲା । ମାଧବର ଶବ ପୋଲସି ଚିହ୍ନଟ କରିବା ପରେ ପୋଷ୍ଟବଟମ ପାଇଁ ଯାଜପୁରକୁ ପଠାଇଥିଲେ ।ଏହାକୁ ନେଇ ମାଧବର ବଡ଼ଭାଈ ବିଜୟ ମହାରଣା କୁଆଖିଆ ଥାନାରେ ତାଙ୍କର ଭାଈକୁ ହତ୍ୟା କରାଯାଇଚି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କୁଆଖିଆ ପୋଲିସ ପ୍ରେମିକାର ବାପା ମଧୁ ନାୟକ ଏବଂ ଭାଇ ଦିନେଶକୁ ଥାନାକୁ ଆଣି ଜେରା କରିବା ପରେ ସେମାନେ ମାଧବକୁ ହତ୍ୟା କରିଛନ୍ତି ବୋଲି ପୋଲିସକୁ ସୂଚନା ଦେଇଥିଲେ । ହତ୍ୟା ଅଭିଯୋଗରେ ବାପ ପୁଅକୁ କୁଆଖିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଅନ୍ୟ ଆସାମୀ ମାନଙ୍କୁ ଧରିବା ପାଇଁ ପୋଲସ ଚଢ଼ାଉ ଜାରି ରଖିଚି ।

Related Posts

About The Author

Add Comment