ଯାଜପୁର ସଦର, ୦୮ା୦୨: ରାଜ୍ୟ ସରକାରଙ୍କ ଜନ ହିତକର କାର୍ଯ୍ୟକୁ ଲୋକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବା ବେଳେ, ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପାଲା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରାଙ୍କ ତତ୍ୱାବଧାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବନ୍ଧଡିହ ପଂଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନ ସମ୍ପର୍କରେ ଗାୟୀକା ମମତାରାଣୀ ନାୟକ ଏବଂ ତାଙ୍କ ସାଥିଙ୍କ ଦ୍ୱାରା ପଲା ମାଧ୍ୟମରେ ଲୋକମାନେ ସଚେତନା ହେବା ଲାଗି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ଗାୟୀକା ମମତାରାଣୀ ନାୟକ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ପାଲା ମାଧ୍ୟମରେ ଶ୍ରୀମତୀ ଗାୟୀକା ମମତାରାଣୀ ନାୟକ ପ୍ରାଞ୍ଜଳ ଭାବରେ ଲୋକ ମାନଙ୍କୁ ବୁଝାଇଥିଲେ । ଲକ୍ଷ୍ମୀ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଗାୟୀକା ମମତାରାଣୀ ନାୟକ ପାଲା ମାଧ୍ୟମରେ ସଚେତନ କରାଇଥିଲେ । ସିଆରପି ନଳିନୀପ୍ରଭା ସାହୁ ମୁଖ୍ୟମନ୍ତ୍ରୀଙ୍କର ଜନହିତକର କାର୍ଯ୍ୟ ହେଉଥିବା ଲୋକମାନଙ୍କୁ ସଚେତନ କରାଇବା ପାଲା ଦାଶକାଠିଆ ଏବଂ କିର୍ତ୍ତନ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ ହେବାଲାଗି ଗାୟୀକା ପରାମର୍ଶ ଦେଇଥିଲେ । ଏହି ପାଲାକୁ ଦେଖିବା ଲାଗି ବହୁ ଗ୍ରାମଞ୍ଚଳ ଲୋକ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଯୋଜନା ବିଷୟରେ ପାଲା ମାଧ୍ୟମରେ ସଚେତନ କରାଗଲା
|
February 11, 2024 |
![](https://sandhannews.com/wp-content/uploads/2024/02/08-Pala.jpeg)