ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦରିଦ୍ରର ଛାୟା, ଅଂଧୁଣି ପୁଅ ଝିଅଙ୍କ ଭଲ ହେବାପାଇଁ ଅର୍ଥ ବାଧକ
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦରିଦ୍ରର ଛାୟା, ଅଂଧୁଣି ପୁଅ ଝିଅଙ୍କ ଭଲ ହେବାପାଇଁ ଅର୍ଥ ବାଧକ
Manas Kumar Rout |
December 14, 2018 |
ଗୁହାରି ଶୁଣିମା ହେଉ ଗରିବ ଡାକ
ଗଂଜାମ, ୧୪/୧୨(ସନ୍ଧାନ ନିୟୁଜ): ବହୁ କଷ୍ଟରେ ଲକ୍ଷେ ଜୀବନ ପରେ ମିଳେ ମଣିଷ ଜୀବନ । ହେଲେ ଏହି ଜୀବନ ମିଳିବ ପରେ ପୁଣି ଏତେ କଷ୍ଟରେ ମୂଲ୍ୟବାନ ଜୀବନକୁ ବଞ୍ଚିବାକୁ ପଡେ ଏହା ଉପରୋକ୍ତ ଫୋଟୋରେ ବେଶ ବାରି ହୋଇ ପାରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡ ବେଲଗାଉଁ ଅଂଚଳ ହରିଜନ ସାହିରେ ରୁହନ୍ତି ନାରାୟଣ ଦାଶ । ବିବାହର 12 ବର୍ଷ ହୋଇଛି । ଇତି ମଧ୍ୟରେ 3 ଗୋଟି ଛୁଆ ଙ୍କ ସେ ବାପା ହୋଇଛନ୍ତି । ହେଲେ ଭାଗ୍ୟର ବିଡମ୍ବନା ଯେ ବଡ ପୁଅ 11 ବର୍ଷ ଏବଂ ସାନ ଝିଅ 6 ବର୍ଷଙ୍କ ଆଖି ରେ କୌଣସି ଜନ୍ମଗତ ତ୍ରୁଟି ଯୋଗୁଁ ସେମାନେ ଏବେ ଏକ ପ୍ରକାର ଅନ୍ଧ ହୋଇ ଯାଇଛନ୍ତି । ଗୋଟିଏ ପଟେ ନାରାୟଣ ନିହାତି ଗରିବ ହୋଇଥିବା ବେଳେ ଅନ୍ୟପଟେ ଭଗବାନ ଦୁଇ ଛୁଆଙ୍କୁ ଅନ୍ଧ କରି କଷ୍ଟ ଜୀବନରେ ପୁଣି ଏକ ପୂର୍ଣ୍ଣଛେଦ ସୃଷ୍ଟି କରିଦେଇଛନ୍ତି । ଯାହାକି ନାରାୟଣ ଆଗକୁ ବଢିବାରେ ବାଧକ ସୃଷ୍ଟି ହେଉଛି । କଷ୍ଟ କରିଲେ ନାରାୟଣଙ୍କ ପରିବାର ଚାଲେ । ଯେଉଁଦିନ କାମକୁ ଯିବେନି ସେହିଦିନ ଭୋକରେ ପରିବାର ରହେ । ଏପରି ଅବସ୍ଥାରେ ଦୁଇ ଛୁଆଙ୍କ ଆଖି ଭଲ କରିବାକୁ ଇଚ୍ଛା ଥିଲେ ମଧ୍ୟ ସେ ସାହସ କରିପାରୁ ନାହାନ୍ତି । ଶଙ୍କର ଆଖି ମେଡିକାଲ ଯାଇ ଡାକ୍ତରଙ୍କୁ ଦୁଇ ଛୁଆଙ୍କୁ ଦେଖାଇଥିଲେ । ହେଲେ ସେଠାକାର ଡାକ୍ତର ଅଧିକ ଟଙ୍କା ଖର୍ଚ ହେବ ବୋଲି କହିବା ପରେ ଭାଙ୍ଗି ପଡ଼ିଥିଲେ ନାରାୟଣ । ଏବେ ଦୁନିଆକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଗରିବ ସେମାନଙ୍କ ଇଚ୍ଛାରେ ବାଧକ ହୋଇଛି ।
Related Posts
About The Author