ମୁଖ୍ୟମନ୍ତ୍ରୀଙ୍କ ଜନ୍ମବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ; ୫୧ ୟୁନିଟ୍ ରକ୍ତ ସଂଗ୍ରହ

Spread the love

ବାଲିଗୁଡା, 17/10 (ସନ୍ଧାନ ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ପୁର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ଆନୁକୂଲ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା  ଆକାଂକ୍ଷା ପ୍ରଧାନ ଯୋଗ ଦେଇଥିଲେ। ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର ଡାକ୍ତର ସୁମେଲ ସାର୍ଥକ ମହାନ୍ତି,  ବଳରାମ ଗୌଡ, ମେହେରୁନ ନିଶା, ସୁବାଷ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। କ.ନୁଆଗାଁ ବ୍ଲକ ବିଜେଡି ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ଲେତିଙ୍ଗିଆ ପଂଚାୟତ ସଭାପତି ଉପେନ୍ଦ୍ର କୁମାର ସାହୁ, କଂଜାମେଣ୍ଡି ପଂଚାୟତ ସଭାପତି ପ୍ରମୋଦ ମଳିକ, ସୁଜିତ ପାତ୍ର, ପ୍ରମୋଦ ସାହୁ ଓ ଅନ୍ୟ ବିଜେଡି କର୍ମି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related Posts

About The Author

Add Comment