ମିଶନ ଶକ୍ତି ସଭାନେତ୍ରୀଙ୍କ ଗିରଫ ଓ ନିଯୁକ୍ତି ବାତିଲ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ସଭା

Spread the love

ଚଣ୍ଡିଖୋଲ,୩୦/୦୫ (ସନ୍ଧାନ ନିଉଜ୍)-ବଡଚଣା ମିଶନ ଶକ୍ତିର ଚର୍ଚିତ ଘଟଣା ପରେ ଗଣ ମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମ ରେ କିଛିଦିନ ହେବ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ସଭାନେତ୍ରୀଙ୍କ ଭାଇରାଲ ଭିଡିଓ ପରେ ଅନେକ ଗୁମର ଧିରେ ଧିରେ ଲୋକଲୋଚନକୁ ଆସିବାରେ ଲାଗିଛି । ଏହି ଘଟଣା ନେଇ ଆଜି ମଗଂଳବାର ବଡଚଣା ବ୍ଲକ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଥିଲା । ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଂପାଦକ ଅମର ନାୟକ ଯୋଗଦେଇ ମିଶନ ଶକ୍ତି ସଭାନେତ୍ରୀଙ୍କ ଉକେôାଚ କାରବାର ଓ ଦିର୍ଘ ଆଠ ବର୍ଷ ହେବ ଗାଦି ମାଡି ବସିବା ବିଧାୟକଙ୍କ ସ୍ୱଛ, ନିର୍ମଳ ଶାସନର ଅନ୍ୟତମ ନମୂନା ବୋଲି କହିଥିଲେ । ଏଠାରେ ମିଶନ ଶକ୍ତିର ହୋଇଥିବା ଦୂର୍ନିତୀ ଓ ବ୍ୟାପକ ଅର୍ଥ କାରବାର ପଛରେ କିଛି ଦିତିୟ ଧାଡିର ନେତାଙ୍କ ସମ୍ପୃକ୍ତ ଥିବା ସଭାନେତ୍ରୀଙ୍କ ହସ୍ତ ଲେଖା ଏକ ଚିଠିରୁ ଅନେକ ଗୁମର ଖୋଲିବ ବୋଲି କହିଥିଲେ । ସବୁ ସମୟରେ ବଡଚଣା ବ୍ଲକ ଦୂର୍ନିତି ନେଇ ଚର୍ଚ୍ଚା ହେଉଥିଲା ବେଳେ ମିଶନ ଶକ୍ତି ବ୍ୟବସ୍ଥାରେ ଥିବା ସଭାନେତ୍ରୀ ସମ୍ପୃକ୍ତ ବିଭାଗର କେତେକ କର୍ମଚାରୀ ବ୍ୟାପକ ଉକେôାଚ ନେଇ ସବୁ ନିୟମର ଧଜିଆ ଉଡାଉଛନ୍ତି । ମିଶନ ଶକ୍ତିରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ବିନା ଟେଣ୍ଡରରେ ବ୍ଲକର ବିଭିନ୍ନ ମିଶନ ଶକ୍ତି ଗୃହକୁ କମ୍ପ୍ୟୁଟର ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗଣ କରି ଅର୍ଥ ତୁଷାରପାତ କରିଥିବା ଜିଲ୍ଲା ସଂପାଦକ ପ୍ରମୋଦ ଜେନା କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଅଶୋକ ସାମଲ ,ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ମଞୁଲତା ପ୍ରଧାନ, ମଣ୍ଡଳ ସଭାନେତ୍ରୀ ସବିତା ପଣ୍ଡା,ଗିତାଞଳି ମହାନ୍ତି,ମାମିନା ସେଠୀ,ସୋନି ବରାଳ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରୀତମ ନାୟକ, ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ର, ପ୍ରଦିପ ସାମଲ, ବିଭୁରଞ୍ଜନ ବଳ ସାମନ୍ତ, ବେଣୁଧର ବିଶ୍ୱାଳ ଯୋଗଦେଇ ନିଜନିଜର ବ୍ୟକ୍ତବ୍ୟ ରଖିଥିଲେ । ସାତ ଦଫା ସମ୍ବଳିତ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିଗୁଡିକ ପ୍ରତି ଗୁରୁତ୍ୱ ଦେଇ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ରବିନ୍ଦ୍ର ପ୍ରଧାନ ଆନ୍ଦୋଳନ କାରୀମାନଙ୍କୁ କହିବା ସହ ଦାବିପତ୍ର ଗ୍ରହଣ କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ବଡଚଣା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ,ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି ଓ ଜିଲ୍ଲା ମୁଖ୍ୟାଳୟର ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ସମରେନ୍ଦ୍ର ପରିଡା, ଅଭୟ ତରାଇ,ରତିକାନ୍ତ ବେହେରା ଓ ପଲାସ ନାୟକ ପ୍ରମୂଖ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।

Related Posts

About The Author

Add Comment