ଧର୍ମଶାଳା, ୧୭/୧୧(ସନ୍ଧାନ ନିୟୁଜ /ଦୀପକ ମଲିକ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାମକୋ ସିମେଣ୍ଟ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଏକ ଗଣ ଧାରଣା ସଭା ଅନୁଷ୍ଠିତ ହୋଇଯାଇଛି । କମିଟିର ମୁଖ୍ୟ ଉଦେ୍ଦଶ୍ୟ ପୂର୍ବରୁ ହୋଇଥିବା ଶାନ୍ତି କମିଟିକୁ ଭାଙ୍ଗି ନୂତନ କମିଟି ଗଢାଯାଉ ଏବଂ କାରଖାନା ର ମନମୁଖୀ କାର୍ଯ୍ୟ ବିଭିନ୍ନ ସରକାରୀ ଓ ଠାକୁରଙ୍କ ଜମିଜବର ଦଖଲ କରିଥିବା ୩ ପଞ୍ଚାୟତର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ ନିମନ୍ତେ ୫ ଦଫା ଦାବୀ ପତ୍ର କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ରାମକୋ କର୍ତ୍ତୁପକ୍ଷ ଦିଆଯାଇଥିଲା । ଏଥିରେ କ୍ରିୟାନୁଷ୍ଠାନ କମିଟିର ଉତ୍ସବ ଚନ୍ଦ୍ର ସାମଲ,ଉପସଭାପତି ହେମନ୍ତ ପାଢୀ,ବିକ୍ରମ ବିଶ୍ୱାଳ,ସଂପାଦକ ସନ୍ତୋଷ କୁମାର ସାହୁ ଓ ପାର୍ବତୀ ଦାସ ସମେତ ଶତାଧିକ ପୁରୁଷ ମହିଳା ଏହି ଧାରଣାରେ ଯୋଗ ଦେଇଥିଲେ । ଏଥିରେ ହରିଦାସପୁର ଆରୁହା ଠାନୁଆଲ ସମେତ ପାଖଆଖ ଗ୍ରାମର ବହୁ ଲୋକ ଯୋଗଦେଇ ଧାରଣା ଦେଇଥିଲେ
ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ରାମକୋ ସିମେଣ୍ଟ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଧାରଣା
|
November 17, 2018 |
