ଯାଜପୁର ସଦର, ୨୩/୨/୨୬ (ସନ୍ଧାନ ନ୍ୟୁଜ) : ଅଭିଭାବକଙ୍କ ପିଲା ପାଠ ପଢିବା ପାଇଁ ଦିଆଯାଉଥିବା ଦରମାରେ ବେସରକାରୀ ବିଦ୍ୟାଳୟ ଚାଲେ। ସେମାନଙ୍କ ଟଙ୍କାରେ ବିଦ୍ୟାଳୟ ଗୁରୁଜୀ, ଗୁରୁମା, କର୍ମଚାରୀଙ୍କ ଦରମା, ବିଦ୍ୟାଳୟର ଉନ୍ନତି ଭଳି କାର୍ଯ୍ୟ ହୁଏ। ଏଣୁ ବେସରକାରୀ ବିଦ୍ୟାଳୟରେ ପ୍ରକୃତ ମାଲିକ ହେଉଛନ୍ତି ଅଭିଭାବକମାନେ ବୋଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକସ୍ଥ ମିର୍ଜାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୪ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ଏମିତି ବକ୍ତବ୍ୟ ରଖିଥିଲେ। ମୋ ପିଲାଟି ଭବିଷ୍ୟତରେ କଣ ହେବାକୁ ଚାଁହୁଛି ପିଲାମାନଙ୍କ ପ୍ରଭୁତି ଏବଂ ବୃତ୍ତି ସହିତ ତାଳମେଳ କରି ଅଭିଭାବକମାନେ ସେହି କ୍ଷେତ୍ରରେ ଆଗକୁ ଯିବାକୁ ସହଯୋଗ କରନ୍ତୁ। ପିଲାମାନେ ଖାଲି ମାନେ ଡାକ୍ତର କି ଇଂଜିନିୟ ହେଲେ ଚଳିବନାହିଁ। ଭଲ ଖେଳାଳି, ଚିତ୍ରକାର, ଅଭିନେତା, ରାଜନୀତି, ଶିକ୍ଷକତା ଭଳି ପିଲାର ଇଛା ଅନୁସାରେ ତାଙ୍କୁ ସେତିକି ତାଲିମ ଦିଅନ୍ତୁ। ଭବିଷ୍ୟତରେ ସେମାନେ ସେହି କ୍ଷେତ୍ରରେ ବହୁତ ଉପରକୁ ଯାଇପାରିବେ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ଶ୍ରୀ ପଟ୍ଟନାୟକ। ଏହାଛଡା ୫ ଟି ମ ଏବଂ ନ ର ଉଦାହରଣ ଦେଇ କହିଥିଲେ କି ଏହାକୁ ପାଳନ କଲେ ପିଲାମାନେ ଖୁବ ଉଚ୍ଚ ସ୍ଥାନକୁ ଯାଇପାରିବ। ୫ ମ ହେଲା ମା, ମାଟି, ମାତୃଭାଷା, ମୋବାଇଲ ଏବଂ ମଦମୁକ୍ତ ଓଡିଶା। ୫ ନ ହେଲା ନିରୋଗ, ନିଡାମ୍ବର, ନିରହଂକାର, ନୀଡ଼ର, ନିଶାମୁକ୍ତ ସମାଜ ଗଠନ ଭଳି ଏହି ଉକ୍ତିକୁ ପାଳନ କଲେ ପ୍ରକୃତ ମଣିଷ ଭାବେ ଗଣତି ହୋଇପାରିବା ବୋଲି କହିଥିଲେ। ପିଲାମାନଙ୍କୁ ପାଠ ପଢିବା ପଢିବା ବେଳେ ଚାପ ସୃଷ୍ଟି କରି ପଢନ୍ତୁ ନାହିଁ। ତାଙ୍କ ଇଛା ଅନୁସାରେ ଛାଡ଼ନ୍ତୁ। ତେବେ ଯାଇ ସେମାନେ ଖୁବ ଆଗକୁ ଯାଇପାରିବେ ବୋଲି ମୁଖ୍ୟ ବକ୍ତା ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ବିଦ୍ୟାଳୟରେ ଖାଲି ଡାକ୍ତର କି ଇଂଜିନିୟର ନିର୍ମାଣ ପାଇଁ ସ୍ବପ୍ନ ଦେଖାଇନଥାନ୍ତି। ଭଲ ମଣିଷ ତିଆରି କରିବାକୁ କଠିନ ପରିଶ୍ରମ କରାଯାଉ ବୋଲି ସଂମ୍ମାନିତ ଅତିଥିଭାବେ ଯାତ୍ରା ଲେଖକ ଡ଼ ଦୀପକ କୁମାର ଯେନା ଯୋଗଦେଇ କହିଥିଲେ। ରମେଶ ଦେବତା ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ ଉତ୍ସବରେ ସଭାପତି ଭାବେ ମିହିର କୁମାର ପରିଡା ସଭାପତିତ୍ୱ କରିଥିବାବେଳେ ସମ୍ପାଦିକା ସୋମ୍ୟାରାଣୀ ସାମଲ ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଦିଲୀପ ଦଳାଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରତିଷ୍ଠାତା ବିଶ୍ୱଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ବିଦ୍ୟୁଲତା ଦାସ ଏବଂ ପୂର୍ବତନ ଶିକ୍ଷକ ବାସୁଦେବ ମହାପାତ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଦେବେନ୍ଦ୍ର ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଦୀପ ମହାନ୍ତି, ପୂର୍ବତନ ଉପାଦକ୍ଷ ବିଷ୍ଣୁ ଚରଣ ମହାପାତ୍ର, ସରପଞ୍ଚ ଲିପିକା ମଳିକ, ଚନ୍ଦ୍ରଶେଖର ସାହୁ, ଶିକ୍ଷକ/ଶିକ୍ଷୟତ୍ରୀ ଶୁଚିସ୍ମିତା ସାମଲ, ଶୁଭଲକ୍ଷ୍ମୀ ଜେନା, ଶୁଚିସ୍ମିତା ପଟ୍ଟନାୟକ, ରଶ୍ମିତା ମହାନ୍ତି, ରଶ୍ମିରେଖା ମିଶ୍ର, ସୁଦୀପା ପଟ୍ଟନାୟକ, ସନ୍ଧ୍ୟାରାଣୀ ସାମଲ, ରିଙ୍କିତା ସେଠି, ଶ୍ରଦ୍ଧାଞ୍ଜଳି ମହାଳିକ, ନିହାର କୁମାର ପରିଡା, ରମେଶ ଚନ୍ଦ୍ର ଦେବତା, ହୃଷିକେଶ ଜେନା, ଦିପୁନ ଚନ୍ଦ୍ର ମହାନ୍ତି, ପ୍ରଭୁ କୃଷ୍ଣ ମହାନ୍ତି, ଶିଶିର ଚନ୍ଦ୍ର ପାତ୍ର, ଗଣେଷ ପ୍ରସାଦ ଇତିଶ୍ରୀ ପତି, ସନ୍ଧ୍ୟା ରଣୀ ସାମଲ, ରଶ୍ମିରେଖା ମିଶ୍ର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।
ମିର୍ଜାପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ
|
February 23, 2026 |



