ମା ମଙ୍ଗଳା ଗୁଗୁଲି ବସ୍ ଦୁର୍ଘଟଣା ଘଟାଇବାରୁ ୭ଜଣଙ୍କ ଅବସ୍ଥା ଗୁରୁତର

Spread the love

ଯାଜପୁର ସଦର, ୦୭ା୦୧(ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଧର୍ମଶାଳା ଥାନା ଅନ୍ତର୍ଗତ ସ୍ୱାଇଁଖଣ୍ଡରୁ କଟକ ଅଭିମୁଖେ ଯାଉଥିବା ମା ମଙ୍ଗଳା ଗୁଗୁଲି ବସ୍ ଆଜି ଦିନ ୭ ଘଟିକା ୩୦ ମିନିଟ୍ରେ ବନ୍ଧଡିହ ପଞ୍ଚାୟତ ନିକଟସ୍ଥ ଗୋଳକୁଣ୍ଡରୁ ଗ୍ରାମ୍ୟ ରାସ୍ତା ମଠସାହି କଲଭଟର କିଛି ଦୁରରେ ଗୋଳକୁଣ୍ଡରୁ ଯାତ୍ରୀ ମାନଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବେଳେ, ଗୁଗୁଲି ବସ୍ ଡ୍ରାଇଭର ନଥିବା ସମୟରେ ତାର ହଲେପର ଡାକ ନାମ(ମୁନା) ଗୋଳକୁଣ୍ଡରୁ ବସ୍ ନେଇ ବନ୍ଧଡିହ ହାଟକୁ ଆସୁଥିବା ବେଳେ, ମଠ ସାହି ନିକଟରେ ଦୃଘଟଣା ଘଟିବାରୁ ବସ୍ରେ ୩୦ ଉର୍ଦ୍ଧ ଯାତ୍ରୀ ଥିବା ସମୟରେ ବସ୍ଟି ଭାରସାମ୍ୟ ହରାଇବାରୁ ଆଜି ଦିନ ୭ ଘଟିକା ୩୦ ମିନିଟ୍ରେ ରାସ୍ତାର ବାମ ପାଖକୁ ଓଲଟି ପଡ଼ିବାରୁ ବସ୍ରେ ଥିବା ଯାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ, ଯାତ୍ରୀ ମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଭିନ୍ନ ଗ୍ରାମ ମାନଙ୍କରୁ ଯାତ୍ରୀ ମାନଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବସ୍ରେ ୩୫ରୁ ଉର୍ଦ୍ଧ ଏହି ଗୁଗୁଲି ବସ୍ରେ ଯାତ୍ରୀ ମାନେ ଯାଉଥିବା ଦେଖିବାକୁମିଳେ । ହେଲପର ଗାଡ଼ି ଚଳାଇ ଡ୍ରାଇଭରକୁ ବନ୍ଧଡିହ ହାଟରେ ବସ୍ଟିକୁ ଦିଏ ଯାହାକି ଆଜି ହେଲପର ଗାଡ଼ି ଚଳାଇ ବନ୍ଧଡିହ ହାଟକୁ ଯାଉଥିବା ବେଳେ, ବସ୍ଟି ଭାରସାମ୍ୟ ହରାଇବାରୁ ବସ୍ଟି ଓଲଟି ପଡ଼ିଥିଲା । ବସ୍ରେ ଥିବା ମହିଳା ଏବଂ ପୁରୁଷ ଯାତ୍ରୀ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଯାତ୍ରୀ ମାନଙ୍କୁ ବିଭିନ୍ନ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ, ଘଟଣା ସ୍ଥଳରେ ଖବର ପାଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏବଂ ବ୍ରହ୍ମବରଦା ପୋଲିସ୍ ପହଁଞ୍ଚô ଗାଡ଼ିଟିକୁ ଜବତ କରିବା ସହିତ ଗାଡ଼ି ନଂ ମା ମଙ୍ଗଳା (ଗୁଗୁଲି) ଓ.ଆର.-୦୫ ଟି -୦୦୭୫ ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣା ସ୍ଥଳରୁ ଗାଡ଼ିକୁ ବ୍ରହ୍ମବରଦା ଫାଣ୍ଡିକୁ ଅଣାଯାଇଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ହେଲପର ଫେରାର ଥିବା ବେଳେ, ପୋଲିସ୍ ନିକଟରେ ସରେଣ୍ଡର ହୋଇନଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ମଠସାହିରୁ ଆସିଥିବା କଂକ୍ରିଟ୍ ଢ଼ଳେଇ ପଞ୍ଚାୟତ ଅଧିନରେ ଥିବା ଏହି ରାସ୍ତା କାମପାଇଁ ଟେଣ୍ଡର କରାଯାଇଥିବା ବେଲେ, କାମ ନକରାଯାଇ ଏହି ରାସ୍ତା ଉପରେ ଗୋଳକୁଣ୍ଡ ଯଅଁପଡ଼ାରୁ କୁସବଟ, ଖରିପଡ଼ିଆର ଲୋକମାନେ ଯାତାୟତ କରୁଥିବା ଜଣାଯାଇଛି । ଠିକାଦାର ନିମ୍ନମାନର ଏହି ରାସ୍ତା କରୁଥିବା ବେଳେ, ପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟିଗୋଚର କିପରି ନହେଲା ତାହା ସନେ୍ଧହ ପରିଶରରେ ରହିଚି । ରସୁଲପୁର ବି.ଡି.ଓ, ପଞ୍ଚାୟତରାଜ ବିଭାଗ, ଯାଜପୁର ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଜନସାଧାରଣଙ୍କ ତରଫରୁ ଦାବିକରାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ ଯାତ୍ରୀମାନେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଚି ।Report- G Dash

Related Posts

About The Author

Add Comment