ସୁନ୍ଦରଗଡ , ୦୩/୦୨/୨୦୨୧ (ସନ୍ଧାନନିଉଜ) ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ତହସିଲଅଫିସ ନିକଟରେ ଥିବା ମା ମଙ୍ଗଳା ନାମକ ଗୋଟିଏ ଅନଲାଇନ ଦୋକାନରୁ ରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇ ଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ ବଡ଼ଗାଁ ର ତହସିଲ କାର୍ଯ୍ୟାଳୟ ନିକଟରେ ବିପ୍ଳବ କୁମାର ବିଶି ଙ୍କର ମା ମଙ୍ଗଳI ନାମକ ଅନଲାଇନ ଦୋକାନ ଅଛି I ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନ ର ତାଲା ଭାଙ୍ଗି ସେଠାରେ ଥିବା କମ୍ପୁଟର , ସ୍କାନର , ପ୍ରିଣ୍ଟର ଏବଂ ବହୁତ କିଛି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇ ଥିବା ଅଭିଯୋଗ ହୋଇଛି I ଯାହାର ମୂଲ୍ୟ ପାଖI ପାଖି ଏକ ଲକ୍ଷ ଟଙ୍କା ହେବ I ଚୋରି ର ଖବର ଜଣା ପଡିଲା ପରେ ଶ୍ରୀଯୁକ୍ତ ବିପ୍ଳବ କୁମାର ବିଶି ନିକଟସ୍ଥ ବଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଭଗବାନ ପୂଜାରୀ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଜାଗାରେ ଚଢ଼ାଉ କରିଥିବା ଜଣା ପଡିଛି
ମା ମଙ୍ଗଳା ଅନଲାଇନ ଦୋକାନରୁ ଚୋରି
|
February 3, 2021 |
