ହାଟଡ଼ିହି, ୩୦/୧୧ :୦୧/୧୨/୨୦୨୦ (ସନ୍ଧାନ ନିଉଜ) ହାଟଡିହି ଅଞ୍ଚଳରେ ପ୍ରସିଦ୍ଧ ଛେନାପଦିଛକର ମା ବିଶ୍ୱତାରିଣୀଙ୍କ ପୀଠରେ ପଞ୍ଚୁକ ଅବସରରେ ଆଜି ମା’ ତାରିଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ମା’ଙ୍କ ପାଖରେ ଭୋର ୫ଟା ୩୦ମିନିଟରୁ ମଙ୍ଗଳ ଆଳତୀ, ପହିଲିଭୋଗ ପରେପରେ ଭକ୍ତମାନେ ମନ୍ଦିର ବାହାରେ ରହି ଭୋଗଲାଗି କରାଇଥିଲେ । ପ୍ରତିବର୍ଷ ଏହିଦିନରେ ଡଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଚଳିତ କରୋନା କଟକଣା ଯୋଗୁଁ ତାହା ଢ଼େର କମିଯାଇଥିଲା । ଆଜି ଭୋର ସମୟରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲ ମଧ୍ୟ କୋଭିଡ କଟକଣା ଯୋଗୁଁ ମନ୍ଦିର ଫାଟକ ବନ୍ଦ ଥିବାରୁ ଭକ୍ତମାନେ ନିରାଶ ହୋଇଥିଲେ । ସେହିପରି ଶାସଙ୍ଗ ଶିଖରେଶ୍ୱର ମନ୍ଦିରରେ କେବଳ ପ୍ରଭୁଙ୍କ ନୀତିକାନ୍ତି ହେବାପରେ ଭକ୍ତମାନେ ପ୍ରଭୂଙ୍କ ପାଖରେ ଭୋଗଲାଗି କରିଥିଲେ । ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଏହି ପୂଜାଲାଗି ପୀଠ ମାନଙ୍କରେ ଭିଡ ଜମୁଥିବାବେଳେ ଆଜି କେଉଁଠି ବି ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିନଥିଲା ।
ମା’ ବିଶ୍ୱତାରିଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା
|
December 1, 2020 |
![](https://sandhannews.com/wp-content/uploads/2020/12/IMG-20201130-WA0337-640x360.jpg)