ମା ତାରା ଦେବୀଙ୍କ ପିଠରେ ବାର୍ଷିକ ଯଜ୍ଞ ଅନୁଷ୍ଟିତ ହେଉଚି

Spread the love

ଯାଜପୁର ସଦର, ୨୧/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ସଦରଥାନା ମହେଶ୍ୱରପୁର ପଂଚାୟତ ଉପର ବରୁଆଁ ମଧ୍ୟସ୍ଥଳିରେ କୁସୁନପୁର ଗ୍ରାମର ଗ୍ରାମଦେବତୀ ମା ତାରା ଦେବୀଙ୍କ ପୀଠରେ ୩ଦିନ ଧରି ବାର୍ଷିକ ଉତ୍ସବ ଯଜ୍ଞ ଅନୁଷ୍ଟିତ କରାଯାଇଚି । ଏହି ଯଜ୍ଞ ମକର ସଂକ୍ରାନ୍ତି ଅବସରରେ ମାଙ୍କର ସରସ୍ୱତୀ ବେଶ ଅନୁଷ୍ଟିତ କରାଯାଇଥିଲା । ନିକଟସ୍ଥ ନରସିଂହ ଗ୍ରାମର ହଙ୍ଗୁଳାଇ, ହରିପୁର ଗ୍ରାମର ଉମାଦବୀ ପାଟଣା ଏବଂ ମହେଶ୍ୱରପୁର ଜାଗୁଳାଇ, ଶ୍ୟାମସୁନ୍ଦର କୃଷ୍ଣନହାକାରା ଉପରର ବରୁଆଁ ଗ୍ରାମର ବୁଢ଼ୀ ଜାଗୁଳାଇଙ୍କ ପୀଠରୁ କଳସ ଶୋଭାଯାତ୍ରାମ ବାହାରି ମା ତାରାଦେବୀଙ୍କ ନିତି ନିୟମ ଅନୁସାରେ କଳସ ଶୋଭାଯାତ୍ରାରେ ଭଉଣୀ ମାନଙ୍କ ସହିତ ମା ତାରାଦେବୀଙ୍କ ମିଳନ ପର୍ବ ଅନୁଷ୍ଟିତ କରାଯାଇଥିଲା । ମାଙ୍କର ଲକ୍ଷ୍ମୀବେଶ ଗୀତାମହାଯଜ୍ଞ ଅନୁଷ୍ଟିତ ହୋଇଥିବା ବେଳେ, ଆଜିର ଯଜ୍ଞର ଶେଷ ଦିନରେ ମାଙ୍କର ମହାକାଳୀ ବେଶ ମାଙ୍କର ପୁର୍ଣ୍ଣାହୁତି କରାଯାଇଥିଲା । ମାଙ୍କ ଐତିହାସିକ କିମ୍ବଦନ୍ତ ଅନୁଯାଇ ୪୦୨ ବର୍ଷ ପୂର୍ବେ ଥିବା ଏକ ନାଳରୁ ଜୈନିକ ଦେହୁରୀ ମାଛ ଧରୁଥିବା ବେଳେ, ମାଙ୍କର ପଥର ମୃତ୍ତି ଜାଲରେ ଲାଗିଥିଲା । ଧିବର ମାଙ୍କର ପଥର ମୃତ୍ତି ଜାଲରୁ ଉଦ୍ଧାର କରି ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ମା ସେଠାରୁ ଉଠିନଥିଲେ । ମାଙ୍କ ସ୍ୱପ୍ନାଦେଶ ହେବାରୁ ଏଠାରେ ମାପୂଜା ପାଇବା ପାଇଁ ଦେହୁରୀକୁ ସ୍ୱପ୍ନାଘାତ କରିଥିଲେ । ସ୍ୱପ୍ନାଦେଶ ହେବାରୁ ସେହି ଦିନଠାରୁ କୈବର୍ତ୍ତ ସମ୍ପ୍ରଦାୟ ପୂଜା କରି ଆସୁଛନ୍ତି । ଅନ୍ୟ ଏକ କିମ୍ବଦନ୍ତ କହେ କଳାପାହାଡ଼ ଆକ୍ରମଣ ସମୟରେ ଏହି ନାଳରେ ବୁଡ଼ି ରହିବାର କେହି କେହି କହୁଥିବା ବେଳେ, ଚଳିତ ବର୍ଷ କରୋନା ନିୟମ ମାନି ଭକ୍ତମାନେ ମାଙ୍କୁ ପୂଜା କରିଥିଲେ । କରୋନା ନିୟମକୁ ପାଳନ କରି ଯଜ୍ଞକାର୍ଯ୍ୟ କରାଯାଇଥିଲା ।

Related Posts

About The Author

Add Comment