ମାହାଲା କୋକୋ ପ୍ଲାଣ୍ଟ ସିକ୍ୟୁରୀଟି ଗାର୍ଡଙ୍କ ସନ୍ଧେହ ଜନକ ମୃତ୍ୟୁ

Spread the love

ଯାଜପୁର/ଜେନାପୁର, ୭/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲା ଜେନାପୁର ଥାନାଅଧୀନ ଅଞ୍ଜିରା ଗ୍ରାମପଞ୍ଚାୟତର କଲୁଣିମଗଡାସ୍ଥ ମାହାଲା କୋକୋ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ସିକ୍ୟୁରୀଟି ଗାର୍ଡଙ୍କର ବୁଧବାର ବିଳମ୍ବିତ ରାତିରେ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି ସେ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଧୀନ ଟୋଲଙ୍କପଡା ଗ୍ରାମର ନରେନ୍ଦ୍ର ପଣ୍ଡା 50 ବୋଲି ଜଣା ପଡିଛି ଏଥିନେଇ ତାଙ୍କର ପୁତ୍ର ରାଜେଶ ପଣ୍ଡା ଗୁରୁବାର ପୂର୍ବାହ୍ନରେ ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି

ପୋଲିସସୂତ୍ରରୁ ପ୍ରକାଶଯେ ତିନିବର୍ଷରୁ ଉର୍ଦ୍ଧ ସମୟଧରି ଏ ସେଆଇଏସେ ନାମକଏକ ସିକ୍ୟୁରିଟି ସଂସ୍ଥା ମଧ୍ୟ୍ୟମରେ ମାହାଲା କୋକୋ ପ୍ଲାଣ୍ଟରେ କାର୍ଯ୍ୟକରି ଆସୁଥିଲେ ନରେନ୍ଦ୍ର ବୁଧବାରଦିନ ନିକଟସ୍ଥ ଏକ ଗ୍ରାମର ଜଣେ ସଂପକ୍ରିୟଙ୍କ ଘରକୁ ବ୍ରତଘର ଭୋଜି ଖାଇ ବାକୁଯାଇଥିଲେ ସେଠାରୁ ଫେରିଆସି ପ୍ଲାଣ୍ଟ ପରିସରରେ ହଟାତ ସେ ନିଜକୁ ଖୁବ ଅସୁସ୍ଥ ଅନୁଭବ କରିଥିଲେ ସଂଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ ମୁର୍ତ୍ତୃର ସଠିକ କାରଣଏପର୍ଯ୍ୟନ୍ତ ଜଣାପଡିନାହିଁ  ସେଠାରୁ ପୋଷ୍ଟମଟ୍ଟମ ରିପୋର୍ଟ ଆସିଲେ ପକୃତ ଘଟଣା ଜଣାପଡିବବୋଲି ଜେନାପୁର ଥାନାଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ଏଥିନେଇ  1/19ରେଏକ ଅପମୁର୍ତ୍ତୃ ମାମଲା ରୁଜୁ କରାଯାଇଛି.

Related Posts

About The Author

Add Comment