ମାହାଙ୍ଗା,୨୯/୦୫ (ସନ୍ଧାନ ନିଉଜ ବ୍ୟୁରୋ) ଯୁବା ହେଉବା ଯିବା କାହାରି ଜୀବନ ପ୍ରତି ଯେମିତିି ନିଘା ନାହିଁ ମାହାଙ୍ଗା ପ୍ରସାଶନର ।। ଏଣେ ଆତ୍ମଘାତୀ ପିଚୁପ୍ଲାଣ୍ଟରୁ ନିର୍ଗତ ଧୂଆଁରେ ଜୀବନ ମରଣ ସମସ୍ୟାର ଦୁଇ ଛକିରେ ଗ୍ରାମବାସୀ ।।ଏହି ଭଳି ସମ୍ବେଦନଶୀଳ ଘଟଣାକୁ ଗ୍ରାମବାସୀମାନେ ଲିଖିତ ଆକାରରେ ତହସିଲଦାରଙ୍କ ଦୃଷ୍ଟି ଗୋଚର କରି ଥିଲେ ମଧ୍ୟ ଫଳ ଶୂନ ।। ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନାକରିବା ସହ ମୁହଁ ଫେରାଇନେଲେ ମାହାଙ୍ଗା ତହସିଲଦାର ।।ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ବାବୁ ଆମର ବଡ ରକମର ଅର୍ଥ ହାତେଇ ପକେଟ ଗରମ କରି ଏସି ଚଲାଇ ଡଲପ ଗଦିରେ ଶୟନମୁଦ୍ରାରେ ।।ବାବୁ ଆମର ସରକାରଙ୍କ ପଇସାରେ ବେସରକାରୀ ଲୋକଙ୍କ ପାଇଁ କାମକରିବା ଅର୍ଥ ଖାଇବ ମହାଦେବର ଗାଇବ ଶହଦେବର ।।ଏତିକିରେ କଥା ସରିନି ତହସିଲଦାର ନିଜର ପାରିବାପଣିଆ ଦେଖାଇବାକୁ ଯାଇ ସାଧାରଣ ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ ନାଲି ଆଖି ଦେଖାଇବା ସହ ସରକାରଙ୍କ କାଇଦା କାନୁନର ପାଠପଢାଉଛନ୍ତି ।। ଏଠିଯେ ଧନଜୀବନ ବିପଦରେ ତାହା ନୁହେଁ ବରଂ ଚାଷୀକୂଳ ମଧ୍ୟ ହାହତାସ ବା ବିପଦ ସଙ୍କୁଳରେ ।। ମନରେ ପ୍ରଶ୍ନ ଉଠେ ଓଡିଶା ସରକାର ଚାଷୀକୁ ପ୍ରାଧାନ୍ୟ ଦେଉଥିବା କଥା ଡିଣ୍ଡିମ ପିଟୁଥିବାବେଳେ ଏ କ୍ଷେତ୍ରରେ କାହିଁକି କୋହଳ ମନୋଭାବ ।। ଏହି ଭଳି ଘଟଣା ଦେଖିବାକୁ ମିଳିଛି
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର କଉଡୁକୋଲ ଗ୍ରାମରେ ।। ଏହି ଖବର ପ୍ରସାରଣ ପରେ କଟକ ଜିଲ୍ଲା ପ୍ରଶାସନ ସମୁହ ସ୍ବାର୍ଥକୁ ଦେଖୁଛନ୍ତି ନା ବ୍ୟକ୍ତି ସ୍ବାର୍ଥକୁ ଦେଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।।



