ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା

Spread the love

ଭୁବନେଶ୍ୱର,୧/୫ (ସନ୍ଧାନ ନିୟୁଜ) ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଟ୍ଵିଟ କରି ଜଣାଇଛନ୍ତି ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତୀ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି। ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି। ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା। କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି। ୧୯୯୯ରେ ଏୟାର ଇଣ୍ଡିଆ ବିମାନ ଅପହରଣ ପରେ ବନ୍ଧକ ରଖାଯାଇଥିବା ଯାତ୍ରୀମାନଙ୍କ ବଦଳରେ ଭାରତ ସରକାର ଜାମ୍ମୁ ଜେଲରେ ଥିବା ଆଝାରକୁ ଛାଡିଥିଲେ। ଏହା ପରେ ସେ ଜୈଶ ସଂଗଠନ ଗଠନ କରି ୨୦୦୧ ଭାରତ ର ସଂସଦ ଉପରେ ଆକ୍ରମଣ କରିଥିଲା। ଏହାର ପରବର୍ତ୍ତି ବର୍ଷରେ ଜାମ୍ମୁ ଓ କାଶ୍ମୀର ଓ ଭାରତର ଅନ୍ୟସ୍ଥାନରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶର ହାତ ଥିଲା। ଗତ ଫେବ୍ରୁଆରୀ ମାସରେ ଭାରତରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ଥିଲା।

Related Posts

About The Author

Add Comment