ଜେନାପୁର, ⇒୦୩/୦୯(ସନ୍ଧାନ ନିୟୁଜ୍) ଯାଜପୁରର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନରେ ଥିବା ମାଳହାଟ ଖାସି ମାଂସ ଦୋକାନରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଏଠାରେ ଆମେ କହିବାକୁ ଯାଉଛୁଜେ ଯେ ସରକାରଙ୍କ ନିୟମ ଅନୁଯାୟୀ ଯଦିଓ କୌଣସି ଗ୍ରାମପଞ୍ଚାୟତ ଅଧୀନରେ ଖାସି ମାଂସ ଦୋକାନ ଖୋଲାଯାଏ ତେବେ ଜନବସତି ଠାରୁ ପାଖା ପାଖି ୨ ରୁ ୩ କିଲୋମିଟର ଦୂରରେ ରହିବା ଉଚିତି । ଦୁଃଖର ବିଷୟ ଏଠାରେ ଯେଉଁ ଦୋକାନ ସବୁ ଖୋଲା ଯାଇଛି ଜନବସତି ଦୂରରେ ହେବ କଣ ଯେଉଁଠି ଜନବସତି ଦେଖିବାକୁ ମିଳେ ସେହିଠାରେହିଁ ଦୋକାନ ମାନ ସବୁ ଖୋଲା ଯାଇଛି । ସେଇରାସ୍ତା ଦେଇ ବହୁ ସ୍କୁଲ କଲେଜ,ମହିଳା,ସାଧୁ ସନ୍ଥ ଓ ମହିମା ଅଲେଖର ଭକ୍ତ ମାନେ ଯିବା ଆସିବା କରିବା ବେଳେ ଛୋଟ ଛୋଟ ପିଲା ମାନେ ମଧ୍ୟ ଯାଇଥାନ୍ତି ଓ ସେଠାରେ ଥିବା ଗଛରେ ଟାଙ୍ଗି ସବୁ ଛେଳି ମେଣ୍ଢା ମାନଙ୍କୁ କାଟୁଥିବାର ଦେଖିବାକୁ ମିଳେ ,ଯାହାଦ୍ୱାରା କି ନକାରତ୍ମକ ପ୍ରଭାବ ସ୍କୁଲ କଲେଜ ଏବଂ ଛୋଟ ଛୋଟ ପିଲାମାନଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏବଂ ସେଇ ଜଗାଟିରେ ଜଳଖିଆ ଦୋକାନ ସମେତ ଅନ୍ୟାନ୍ୟ ଦୋକାନ ବଜାର ସବୁ ଥିବାରୁ ଆଖ ପାଖ ଲୋକମାନଙ୍କର ଗହଳି ଚହଳି ଦେଖିବାକୁ ମିଳିଥାଏ। ସେଠାରେ ଯେଉଁ ଛେଳି ମେଣ୍ଢା ସବୁ ସେ ଗଛରେ ଟାଙ୍ଗି କଟାଯାଏ ସେହିଠାରେହିଁ ତାରସବୁ ମଳ ମୂତ୍ର ପୁଣ୍ଟା ଓ ଅନ୍ୟାନ୍ୟ ଅଦରକାରୀ ଜିନିଷ ସବୁ ସେଠାରେ ହିଁ ଫିଙ୍ଗିଦିଆଯାଏ ଯାହାଫଳରେ ସେଠାରେ ଯେଉଁ ମାନେ ବସବାସ କରୁଛନ୍ତି ସେମାନେ ଦୃଗନ୍ଧରେ ରହିବା ମୁସ୍କିଲ ହୋଇପଡୁଛି। ଦୁଃଖର ବିଷୟ ଆଜିକା ଦିନରେ ଖାସି ମାଂସ କେଜି ପ୍ରତି ୬୫୦ ଟଙ୍କାରୁ ୭ ଶହ ଟଙ୍କା ପଡୁଥିବାବେଳେ । ପିଓର ମାଂସ ମିଳିବା ଏଠି କଷ୍ଟକର ହୋଇପଡିଛି ।ଓଜନରେ ଠକେଇ ସାଙ୍ଗକୁ ବୁଢ଼ୀ ଛେଳି ମାଂସ ସହ ମେଣ୍ଢା ମଧ୍ୟ ମିସାଯାଉଛି ମାଂସରେ ପାଣି ପୁରେଇବା କଥା ନ କହିବା ଭଲ । ଏଥିରେ ଯେଉଁ ଗ୍ରାହକ ମାନେ ପ୍ରତିବାଦ କରୁଛନ୍ତି ତାଙ୍କୁ ଧମକ ମଧ୍ୟ ଦିଆଯାଇଛି ।ଏଣୁକରି ଜିଲ୍ଲାପ୍ରଶାସନ ,ଖାଉଟି କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଅନୁରୋଧ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅସାମାଜିକ ଲୋକମାନଙ୍କୁ ଉଚିତ ଦଣ୍ଡ ଦେବେ ବୋଲିଜନସାଧାରଣରେଦାବି ହେଉଛି।
ମାଳହାଟ ଖାସି ମାଂସ ଦୋକାନରେ ଅନିୟମିତତା ,ଜନବସତି ଜାଗାରେ ଦୋକାନ ଖୋଲି ଭେଜାଲ ମାଂସ ବିକ୍ରି ଅଭିଯୋଗ
|
September 3, 2021 |